Latest Odisha News

ଡିସେମ୍ବରରେ ବାହା ହେବେ କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତା ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। କେବେ ଭିକି ଓ କ୍ୟାଟ୍ରିନା ବିବାହ ବନ୍ଧନରେ ଆବଦ୍ଧ ହେବେ ସେ ନେଇ ପ୍ରଶଂସକ ବେଶ୍‌ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି।

BjdElectrycity

ତେବେ ଇ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଉଭୟ କ୍ୟାଟ୍ରିନା ଏବଂ ଭିକି  ଆଗାମୀ ଡିସେମ୍ବରରେ ହାତକୁ ଦି ହାତ ହୋଇପାରନ୍ତି। ବିବାହ ସମାରୋହ ପାଇଁ ପ୍ରସ୍ତୁତ ହେଉଥିବା କୁହାଯାଉଛି। ତେବେ ଅଗଷ୍ଟରେ ଭିକିଙ୍କ ସହ କ୍ୟାଟ୍ରିନାଙ୍କ ନିର୍ବନ୍ଧ ହୋଇଥିବା ଗୁଜବକୁ କ୍ୟାଟ୍ରିନା ଅସ୍ୱୀକାର କରିଥିଲେ।

ଇ ଟାଇମ୍ସର ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଦମ୍ପତି ସେମାନଙ୍କ ବିବାହ ସମାରୋହ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଡିସେମ୍ବରରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି ଯେ ଉଭୟଙ୍କ ବିବାହ ପୋଷାକ ଡିଜାଇନର୍‌ ସାବ୍ୟସାଚିଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି।

Leave A Reply

Your email address will not be published.