Latest Odisha News

BREAKING NEWS

କେବିସି ୧୨: ପ୍ରତିଯୋଗୀ ଜିତିଲେ ୧.୬ ଲକ୍ଷ ହେଲେ ମିଳିଲା ୫ ଲକ୍ଷ

ମୁମ୍ବାଇ: ଲୋକପ୍ରିୟ ରିୟାଲିଟି ସୋ କୌନ ବାନେଗା କରୋଡ଼ପତି (କେବିସି) ୧୨ ରେ ମୁମ୍ବାଇର ସ୍ୱରୂପା ଦେଶପାଣ୍ଡେ ଭାଗ ନେଇଥିଲେ। ତାଙ୍କର ସଂଘର୍ଷମୟ ଜୀବନୀ ପାଇଁ ଏହି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନଙ୍କ ସମେତ ସମସ୍ତେ ତାଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ତାଙ୍କର ଏହି ଆଦର୍ଶ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା ବୋଲି ମଧ୍ୟ କହିଥିଲେ।

ସ୍ୱରୂପା ଜଣେ ସିଙ୍ଗଲ ମଦର। ସେ ନିଜ ପିଲାଙ୍କୁ ଏକାକୀ ପାଳିଆସୁଛନ୍ତି। କେବିସିର ଏହି ଅଧ୍ୟାୟରେ ସେ ୧,୬୦, ୦୦୦ ଟଙ୍କା ମୂଲ୍ୟର ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି ।

ସ୍ୱରୂପା ନିଜ ଦୁଇ ପିଲାଙ୍କୁ ଧରି ଦୁଃଖେକଷ୍ଟେ ଦିନ କାଟୁଛନ୍ତି। ଅନ୍ୟ ସାଧାରଣ ଲୋକଙ୍କ ଭଳି ସେ ମଧ୍ୟ ଚାହାନ୍ତି ତାଙ୍କର ଏକ ଘର ହେଉ, ତାଙ୍କ ପିଲାମାନେ ପାଠ ପଢ଼ନ୍ତୁ। ମାତ୍ର ଏସବୁ ସ୍ୱପ୍ନ ତାଙ୍କର ସ୍ୱପ୍ନରେ ରହି ଯାଇଛି ।

ସ୍ୱରୂପାଙ୍କ ଦୁଃଖ ବୁଝିପାରି ଅମିତାଭ ତାଙ୍କ ଝିଅ ପାଇଁ ୫ ଲକ୍ଷ ଟଙ୍କା ଛାତ୍ରବୃତ୍ତି ଘୋଷଣା କରିଛନ୍ତି। ତାଙ୍କ ଯାତ୍ରାକୁ ପ୍ରଶଂସା କରି ବଚ୍ଚନ କହିଛନ୍ତି, “ଆପଣ ଯାହା କରୁଛନ୍ତି ଏବଂ ଆପଣ ଯେପରି ନିଜ ଜୀବନକୁ ଆଗେଇ ନେଉଛନ୍ତି, ଆପଣ ମହିଳାମାନଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି।

ସ୍ୱରୂପା ଏହି ସୋ ରେ ଅମିତାଭଙ୍କ ନଅଟି ପ୍ରଶ୍ନର ଉତ୍ତର ଦେଇଥିଲେ । ସେ ଦଶମ ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ୧.୬ ଲକ୍ଷ ଟଙ୍କା ଜିତି ଖେଳରୁ ଓହରି ଯାଇଥିଲେ।

Comments are closed.