Latest Odisha News

BREAKING NEWS

ବନ୍ଦ ହେଲା ପ୍ରସିଦ୍ଧ କେଦାରନାଥ ପୀଠ କପାଟ…

ଡେରାଡୁନ: ଚଳିତ ବର୍ଷ ଉତ୍ତରାଖଣ୍ଡର କେଦାରନାଥ ଧାମ ଯାତ୍ରା ଶେଷ ହୋଇଯାଇଛି। ଶୀତ ଋତୁରେ ପ୍ରବଳ ତୁଷାରପାତ ପାଇଁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବାବା କେଦାରନାଥଙ୍କ ଦ୍ୱାର ବନ୍ଦ କରାଯାଇଛି। ଏହା ସହିତ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଯାଇଛି। ତେବେ କପାଟ ବନ୍ଦ ହେବାର ଏହି ବିଶେଷ ମୁହୂର୍ତ୍ତକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ମନ୍ଦିରରେ ଏକାଠି ହୋଇଥିଲେ।

କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ କରିବାର ବିଧି ସକାଳୁ ଆରମ୍ଭ ହୋଇଥିଲା। ଏହି ବିଶେଷ ଅବସରକୁ ଦେଖିବା ପାଇଁ ଭକ୍ତମାନେ ଏକାଠି ହୋଇଥିଲେ। କାର୍ଯ୍ୟସୂଚୀ ଅନୁଯାୟୀ, ବାବା କେଦାରନାଥଙ୍କ ଦ୍ୱାର ସକାଳ ୮:୩୦ ରେ ବନ୍ଦ କରାଯାଇଥିଲା।

ପ୍ରତିବର୍ଷ ଶୀତ ଋତୁରେ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ କେଦାରନାଥ ଧାମର ଦ୍ୱାର ବନ୍ଦ କରାଯାଇଥାଏ। ଏହା ପରେ, ଶୀତକାଳୀନ ଆସନରେ ବାବା କେଦାରନାଥଙ୍କ ପୂଜା କରାଯାଏ। ଏହି ସମୟରେ ଭକ୍ତମାନେ ବାବାଙ୍କ ଦର୍ଶନ ପାଇଁ ସେଠାକୁ ମଧ୍ୟ ଯାଇପାରିବେ। ଦ୍ୱାର ବନ୍ଦ ହେବା ପରେ ବାବା କେଦାରଙ୍କ ଉତ୍ସବ ପାଲକି ପାରମ୍ପରିକ ଶୋଭାଯାତ୍ରା ସହିତ ଶୀତକାଳୀନ ପ୍ରବାସ ପାଇଁ ପ୍ରସ୍ଥାନ କରିବ। ଏହିପରି ଚଳିତ ବର୍ଷର କେଦାରନାଥ ଧାମ ଯାତ୍ରା ସମାପ୍ତ ହେଉଛି।

୧୯,୨୨,୧୩୮ ଭକ୍ତଙ୍କ ଗହଣରେ ଦ୍ୱାର ବନ୍ଦ ହୋଇଛି। ତେବେ ଯାତ୍ରା ସମୟରେ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ପାଇଁ ପ୍ରଶାସନ ଏବଂ ମନ୍ଦିର କମିଟି ଆବଶ୍ୟକ ବ୍ୟବସ୍ଥା କରିଥିଲେ।

ବର୍ତ୍ତମାନ ଦ୍ୱାର ବନ୍ଦ ହେବା ସହିତ ଶୀତ ଋତୁ ପାଇଁ କେଦାରନାଥ ଧାମରେ ନିୟମିତ ଦର୍ଶନ ଏବଂ ପୂଜା ବନ୍ଦ ହୋଇଯାଇଛି। ତଥାପି ବାବା କେଦାରଙ୍କ ପୂଜା ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। ପରମ୍ପରା ଅନୁଯାୟୀ, ଶୀତକାଳୀନ ଅବସରରେ ବାବାଙ୍କ ପୂଜା ତାଙ୍କ ଶୀତକାଳୀନ ଆସନରେ କରାଯିବ। ଏବେ ଓଁକାରେଶ୍ୱର ମନ୍ଦିରରେ ବିରାଜମାନ କରିବେ ପ୍ରଭୁ କେଦାରନାଥ।

 

Leave A Reply

Your email address will not be published.