Latest Odisha News

BREAKING NEWS

ଖୋଲିଲା କେଦାରନାଥ ମନ୍ଦିର; ଭକ୍ତଙ୍କ ପ୍ରବେଶକୁ ନାହିଁ ଅନୁମତି

ଉତ୍ତରାଖଣ୍ଡ: ଆଜି କେଦାରନାଥ ମନ୍ଦିରର ପୋର୍ଟାଲ ଖୋଲାଯାଇଛି। ସକାଳ ୫ ଟାରୁ ମନ୍ଦିର ଖୋଲାଯାଇଛି। ଗତ ବର୍ଷ ନଭେମ୍ବର ୧୬ରୁ ମନ୍ଦିର ବନ୍ଦ ରହିଥିଲା।

ଉତ୍ତରାଖଣ୍ଡ ସରକାର କହିଛନ୍ତି ଯେ ଯଦିଓ ମନ୍ଦିରର ପୋର୍ଟାଲ ଖୋଲାଯାଇଛି କିନ୍ତୁ କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପ୍ରବେଶକୁ ଅନୁମତି ଦିଆଯାଇ ନାହିଁ। ରାଜ୍ୟ ସରକାର ଚଳିତ ବର୍ଷ ଚାରଧାମ ଯାତ୍ରାକୁ ସ୍ଥଗିତ ରଖିଛନ୍ତି।

ସରକାର କହିଛନ୍ତି ଯେ ମନ୍ଦିରରେ କେବଳ ରୀତିନୀତି ପାଳନ କରାଯିବ ଏବଂ କୌଣସି ତୀର୍ଥଯାତ୍ରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ।

Comments are closed.