Latest Odisha News

ଶୂନ ତାପମାତ୍ରାରେ ସାଧନା: କେଦାରନାଥରେ ବରଫ ଉପରେ ଧ୍ୟାନରେ ବସିଛନ୍ତି ଦୁଇ ସାଧୁ

ଡେରାଡୁନ:ଭଗବତ ପ୍ରେମୀ ଏମାନଙ୍କୁ ଭକ୍ତ କହିବେ ଆଉ ନାସ୍ତିକ କହିବେ ଲୋକ ଦେଖାଣିଆ । ଯିଏ ଯାହା କହୁ ପଛେ, ସାଧୁ ବାବା ଦୁହିଁଙ୍କ କାମ ସମସ୍ତଙ୍କୁ ବିସ୍ମିତ କରିଦେବ ।

କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ କେଦାରନାଥ ଧାମ ଦେଖିବାକୁ ମିଳିଛି । କେଦାରନାଥରେ ଏବେ ପ୍ରବଳ ତୁଷାରପାତ ହେଉଛି । ତାପମାତ୍ରା ଶୂନରୁ କମ ରହିଛି । ଏମିତି ଥଣ୍ଡାରେ  ଦୁଇଜଣ ସାଧୁ  ବରଫ ଉପରେ ଧ୍ୟାନରେ ବସିଥିବାର ନଜର ଆସିଛନ୍ତି।  ଦେହରେ ସ୍ୱଳ୍ପ ପୋଷାକ ।

ଜଣେ ମଣିଷ ଏମିତି ଖାଲି ଦେହରେ ବସିବା ସମ୍ଭବ କି ? ବୋଧହୁଭଏ ନୁହେଁ । ତଥାପି ଏ ସାଧୁ ଦୁଇଜଣ ସେମିତି ବସିଛନ୍ତି ।  ଭିଡିଓରେ ଏମାନଙ୍କର ଇଚ୍ଛା ଶକ୍ତି ଓ ମନୋବଳ ଦେଖି ଉପଭୋକ୍ତାମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି ।

ସୋସିଆଲ ମିଡିଆ ଟୁଇଟରରେ ଏହି ଭିଡିଓଟି ଭାଇରାଲ ହୋଇଛି ।  @Pradhum38735934 ନାମକ ଏକ ଆକାଉଣ୍ଟରୁ ଏହା ସେୟାର କରାଯାଇଛି । ଭିଡଓଟିକୁ ସେୟାର କରାଯାଇ କ୍ୟାପ୍ସନ ମଧ୍ୟ ଲେଖାଯାଇଛି । ଏଥିରେ ଲେଖାଯାଇଛି, ଶୂନ୍ୟରୁ କମ ତାପମାତ୍ରାରେ ରାତି ୩ଟାରେ କେଦାରନାଥ ଧାମରେ ବରଫପାତ ହେଉଛି । ସେହି ବରଫପାତ ମଧ୍ୟରେ ଶିବ ଆରାଧନାରେ ଲିପ୍ତ ସାଧୁଙ୍କର ଦୁର୍ଲଭ ଦର୍ଶନ । ଏହାର ନାମ ହେଉଛି ଭକ୍ତି । ଯେଉଁଠି ଭକ୍ତି ସେଠାରେ ଶକ୍ତି  । ଯେଉଁଠାରେ ଶକ୍ତି ସେଠାରେ ଭୋଲାବାବା ଶିବଙ୍କ ଭଣ୍ଡାର ।

ଭିଡିଓରେ ଦେଖିବାକୁ ମିଳୁଛି, ସାଧୁଙ୍କ ଚାରିପାଖେ ଖାଲି ବରଫ ଜମା ହୋଇ ରହିଛି । ପ୍ରବଳ ବରଫପାତ ଭିତରେ କେଦାରନାଥଙ୍କୁ ଧ୍ୟାନ କରୁଛନ୍ତି । ଧ୍ୟାନ ସମୟରେ ତାଙ୍କ ଶରୀରରେ ନାମକୁ ମାତ୍ର କପଡ଼ା ରହିଛି । ଭିଡିଓଟିକୁ ଦେଖି ୟୁଜର୍ସ ବି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୧୪.୩K ଭିଉ ମିଳିଲାଣି ।

 

Comments are closed.