Latest Odisha News

BREAKING NEWS

ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ କରେଣ୍ଟ ଲାଗି ଶ୍ରମିକ ମୃତ

ରାଉରକେଲା: ଆଉ ୨ ଦିନ ପରେ ଆରମ୍ଭ ହେବ ବିଶ୍ୱକପ୍ ହକି । ଏଥିପାଇଁ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ପ୍ରସ୍ତୁତ ରହିଛି । ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ।

ଷ୍ଟାଡିୟମ ଉଦଘାଟନର ୫ ଦିନ ପରେ ଆଜି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଆଖି ବୁଜିଛନ୍ତି । ମୃତ ଶ୍ରମିକ ଜଣଙ୍କ ଗୋପାଳ ତିର୍କୀ ବୋଲି ଜଣାପଡ଼ିଛି । ସେ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ନିୟୋଜିତ ଥିଲେ ।

ତେବେ କେଉଁ ପରିସ୍ଥିତିରେ ଶ୍ରମିକ ଜଣଙ୍କ ମୃତ୍ୟୁ ହେଲା ? ବିଦ୍ୟୁତ୍ କାମ ବେଳେ ଦିଆ ଯାଇ ନଥିଲା କି ଆବଶ୍ୟକ ସୁରକ୍ଷା ଉପକରଣ ? ସେ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଆସନ୍ତା ୧୩ ତାରିଖରେ ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ୨ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ତା’ ପୂର୍ବରୁ ଏ ଅଘଟଣ ଚିନ୍ତା ବଢ଼ାଇ ଦେଇଛି ।

Leave A Reply

Your email address will not be published.