Latest Odisha News

BREAKING NEWS

ଭୂସ୍ଖଳନ ଯୋଗୁ ୨ ମୃତ; କେଦାରନାଥ ଯାତ୍ରା ପୁଣି ସ୍ଥଗିତ

ନୂଆଦିଲ୍ଲୀ: କେଦାରନାଥ ଯାତ୍ରା ମାର୍ଗରେ ଥିବା ଗୌରୀକୁଣ୍ଡ ନିକଟସ୍ଥ ମୁଙ୍କଟିଆ ଅଞ୍ଚଳରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ହଠାତ୍ ପଥର ଖସି ପଡ଼ିବାରୁ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲ। ଜଣେ ଯାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ଯାହାଫଳରେ ପୁଣିଥରେ ୩ ଦିନ ପାଇଁ ସ୍ଥଗିତ ରହିଛି କେଦାରନାଥ ଯାତ୍ରା।

ତେବେ ଏହି ସମୟରେ ଗାଡ଼ିରେ ୧୧ ଜଣ ଯାତ୍ରୀ ଥିଲା ବେଳେ ସମସ୍ତ ଯାତ୍ରୀ ଉତ୍ତରକାଶୀ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ସେଠାରେ ତୁରନ୍ତ ସ୍ଥାନୀୟ ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ଯାତ୍ରୀ ମାନଙ୍କୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଥିସହିତ ମୃତକଙ୍କ ଶରୀରକୁ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଅପରପକ୍ଷରେ ଦୁର୍ଘଟଣାର ଖବର ଶୁଣି ଯାତ୍ରୀ ଏବଂ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଗତ କିଛି ଦିନ ମଧ୍ୟରେ କେଦାରନାଥ ଯାତ୍ରା ରୁଟରେ ଏପରି ଭୂସ୍ଖଳନ ଏବଂ ପଥର ଖସିବା ଘଟଣା ବୃଦ୍ଧି ପାଇବାରେ ଲାଗିଛି।ଯେଉଁଥିପାଇଁ ପ୍ରଶାସନ ତୀର୍ଥଯାତ୍ରୀମାନଙ୍କୁ ସତର୍କ ରହିବାକୁ ନିବେଦନ କରିଛି।

 

Comments are closed.