Latest Odisha News

BREAKING NEWS

ଘରର ଏହି ଦିଗରେ ରଖନ୍ତୁ ପାଣି ଭର୍ତ୍ତି ମାଟିର ମାଠିଆ, ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଯଦିଓ ବର୍ତ୍ତମାନ ସମୟରେ ସହରଗୁଡ଼ିକରେ ପାଣିରେ ଭର୍ତ୍ତି ମାଟିପାତ୍ର ଗୁଡ଼ିକ କମ୍ ହୋଇଗଲାଣି, କିନ୍ତୁ ଆଜି ମଧ୍ୟ ଗାଁ ଗୁଡ଼ିକରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ପାଣି ଭର୍ତ୍ତି ମାଟିରେ ନିର୍ମିତ ମାଠିଆ କିମ୍ବା ସୁରେଇ ପାଇବେ । ଯାହାର ପାଣି ନା କେବଳ ପିଇବା କୁ ଭଲ ଲାଗେ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ବୋଲି ବିବେଚନା କରାଯାଏ ।

ଖରାଦିନେ ତ ମାଠିଆ ପାଣିର ମହତ୍ତ୍ବ ଶହେ ଗୁଣା ବଢିଯାଏ । କାରଣ ମାଟି ପାତ୍ରରେ ପାଣି ଥଣ୍ଡା ରହିଥାଏ । ଯାହା ଶୋଷ ମେଣ୍ଟାଇବା ସହ ଏକ ପ୍ରକାର ଖୁସି ଅନୁଭବ କରାଇଥାଏ । ମାଠିଆ ପାଣି ପିଭା ଦ୍ବାରା ଏହା ମନକୁ ଶାନ୍ତ ମଧ୍ୟ ରଖିଥାଏ ।

ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହାକୁ ସଠିକ୍ ଦିଗରେ ରଖିବା । ବାସ୍ତୁଶାସ୍ତ୍ର ଅନୁସାରେ ପାଣିରେ ଭର୍ତ୍ତି ଏକ ମାଟି ପାତ୍ର ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା କେବଳ ସଂପୃକ୍ତ ଦିଗର ବାସ୍ତୁକୁ ଉନ୍ନତ କରିବାରେ ସାହାଯ୍ୟ କରେ ନାହିଁ ବରଂ ଘରେ ସକାରାତ୍ମକତା ବଜାୟ ରଖେ ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏକ ପାଣି ରେ ଭରା ମାଠିଆକୁ ଘର କିମ୍ବା ଅଫିସରେ ରଖିବା ପାଇଁ ସବୁଠାରୁ ଉପଯୁକ୍ତ ଦିଗ ହେଉଛି ଉତ୍ତର ଦିଗ । ବାସ୍ତବରେ, ବାସ୍ତୁ ଅନୁଯାୟୀ, ପଞ୍ଚ ତତ୍ତ୍ବ ମଧ୍ୟରୁ – ଅଗ୍ନି, ବାୟୁ, ଜଳ, ପୃଥିବୀ ଏବଂ ଆକାଶ ମଧ୍ୟରୁ ଉତ୍ତର ଦିଗ ଜଳ ତତ୍ତ୍ବ ସହିତ ଜଡିତ । ଏଭଳି ପରିସ୍ଥିତିରେ ଜଳ ସମ୍ବନ୍ଧୀୟ ଜିନିଷକୁ ଉତ୍ତର ଦିଗରେ ରଖିବା ଶୁଭ ଫଳାଫଳ ଦେଇଥାଏ ।

ଏହା ସହିତ, ବରୁଣ ଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଏ । ଆହୁରି ମଧ୍ୟ, ଆପଣ କୌଣସି ପ୍ରକାରର ଭୟର ଶିକାର ହୁଅନ୍ତି ନାହିଁ, ଅର୍ଥାତ୍ ଆପଣ କୌଣସି ଜିନିଷକୁ ଭୟ କରନ୍ତି ନାହିଁ । ଜଳ ସମ୍ବନ୍ଧୀୟ ଜିନିଷକୁ ଉତ୍ତର ଦିଗରେ ରଖିବା ଦ୍ୱାରା ଆମ ଶରୀରରେ ସବୁଠୁ ଅଧିକ ଲାଭ ଆମ କାନକୁ ହୋଇଥାଏ । ଏହା ଆମର ଶ୍ରବଣ କ୍ଷମତାକୁ ଶକ୍ତିଶାଳୀ କରିଥାଏ । କାନ ଜନିତ ସମସ୍ୟାରୁ ମୁକ୍ତି ମିଳିୁଥାଏ ।

ଏହାସହିତ ଘରେ ଶାନ୍ତି ବଜାୟ ରହିଥାଏ । ଜଳର ଶୀତଳତା ପରି ଘରର ସମସ୍ତ ସଦସ୍ୟମାନଙ୍କ ଭିତରେ ଉତ୍ତମ ବୁଝାମଣା ଓ ସୁ-ସମ୍ପର୍କ ରହିଥାଏ । ଉତ୍ତର ଦିଗରେ ରଖିବା ପାଣି ଭର୍ତ୍ତି ମାଠାଆ ରଖିବା ଦ୍ୱାରା ଆପଣଙ୍କ ଘରେ ଧନଧାନ୍ୟର ସମସ୍ୟା ଦୂର ହୋଇଥାଏ । ରୋଗ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Leave A Reply

Your email address will not be published.