Latest Odisha News

BREAKING NEWS

ଘରେ ଝାଡୁ ଏହି ଦିଗରେ ରଖନ୍ତୁ , ଶୁଭଫଳ ମିଳିବ

ଭୁବନେଶ୍ବର: ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଘରେ ଝାଡ଼ୁକୁ କିପରି ବ୍ୟବହାର କରିବେ ତାହାର ମଧ୍ୟ ନିୟମ ରହିଛି । ଝାଡୁ କେବଳ ଘରେ ସଫା କରାଯାଏ ନାହିଁ , ଏହା ସୁଖସମୃଦ୍ଧି ମଧ୍ୟ ଆଣିଥାଏ । ଆସନ୍ତୁ ଜାଣିବା ସେହି ବିଷୟରେ..

– ଘରେ ଏକାଧିକ ଝାଡୁ ଥିଲେ; ସବୁକୁ ଏକାଠି ଗୋଟେ ସ୍ଥାନରେ ରଖନ୍ତୁ ନାହିଁ । ସବୁ ଝାଡୁକୁ ଅଲଗା ଅଲଗା ସ୍ଥାନରେ ରଖିବା ଆବଶ୍ୟକ। ନହେଲେ ଘରେ ଝଗଡା ହୁଏ ବୋଲି ବିଶ୍ୱାସ ରହିଛି।

– କୁହାଯାଏ ଯେ ସୂର୍ଯ୍ୟାସ୍ତ ପରେ ଘର ଝାଡୁ କଲେ ମା ଲକ୍ଷ୍ମୀ ଘରେ ରୁହନ୍ତି ନାହିଁ । ତେଣୁ ସର୍ବଦା ସୂର୍ଯ୍ୟୋଦୟ ପରେ ଏବଂ ସୂର୍ଯ୍ୟାସ୍ତ ପୂର୍ବରୁ ଝାଡୁ କରିବା ଉଚିତ୍ ।

-କେବେ ବି ଭାଙ୍ଗି ଯାଇଥିବା ଝାଡୁକୁ ଘରେ ରଖନ୍ତୁ ନାହିଁ । ଟଙ୍କା ପଇସା ଖର୍ଚ୍ଚ ଅଧିକା ହୋଇଥାଏ।

– ଶନିବାର ଦିନ ନୂଆ ଝାଡ଼ୁ କିଣି ବ୍ୟବହାର କଲେ ଶୁଭଫଳ ମିଳେ ବୋଲି ବିଶ୍ବାସ ରହିଛି ।

-ସେହିପରି ଝାଡୁ କରି ଘରୁ ବାହାରୁଥିବା ଅଳିଆକୁ ଦୁଆର ମୁହଁରେ ବେଶୀ ସମୟ ଗଦେଇ ରଖିବେ ନାହିଁ। ଏହା ଦ୍ବାରା ଘରର ଐଶ୍ୱର୍ଯ୍ୟ ଚାଲି ଯାଇଥାଏ ।

-ଝାଡ଼ୁକୁ ସର୍ବଦା ଘରର ଦକ୍ଷିଣ ଦିଗ / ଦକ୍ଷିଣ ପଶ୍ଚିମ ଦିଗରେ ରଖିବା ଆବଶ୍ୟକ।

– ରୋଷେଇ ଘରେ କିମ୍ବା ଆଲମାରି ନିକଟରେ ଝାଡ଼ୁ ରଖିଲେ ଧନହାନୀ ହେବା ସହ ପରିବାର ଲୋକଙ୍କର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ ।

Leave A Reply

Your email address will not be published.