Latest Odisha News

କିଏ କହିଲେ, ମୁଁ ଠକ ହେଲେ କେଜ୍ରିୱାଲ ମହାଠକ

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ କେସରେ ମଣ୍ଡୋଲି ଜେଲରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ରାଜ୍ୟସଭା ଟିକେଟ ପାଇଁ ମୁଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କୁ ୫୦ କୋଟି ଟଙ୍କା ଦେଇଛି । ଯଦି ମୁଁ ଠକ ତାହାହେଲେ କେଜ୍ରିୱାଲ ମହାଠକ ବୋଲି ସୁକେଶ କହିଛନ୍ତି । ୨୦୧୬ରେ ଏକ ଡିନର ପାର୍ଟିରେ ତାଙ୍କ ନିର୍ଦ୍ଦେଶରେ ଅଶୋକ ଗେହଲୋଟଙ୍କୁ ଫାର୍ମ ହାଉସରେ ଏହି ଟଙ୍କା ଦେଇଥିଲି । ଅଶୋକ ଏବେ ପରିବହନ ମନ୍ତ୍ରୀ ଅଛନ୍ତି । ମୁଁ ଯେଉଁ ତଥ୍ୟ ପ୍ରଦାନ କରିଛି ତାର ଯାଂଚ କରାଗଲେ ସବୁ କିଛି ସମ୍ମୁଖକୁ ଆସିଯିବ । ଏହା ପୂର୍ବରୁ ସତ୍ୟେନ୍ଦ୍ର ଜୈନ ଓ ସେ ସମୟର ଡିଜି ଜେଲରେ ମୋତେ ସୁଖ ସୁବିଧା ପ୍ରଦାନ କରିବା ପାଇଁ ୧୦କୋଟି ଟଙ୍କା ମାଗିଥିଲେ । ଏ ନେଇ ସୁକେଶ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି ।

ଅପରପକ୍ଷରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏହି ଘଟଣାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଏମସିଡି ଓ ଗୁଜରାଟ ନିର୍ବାଚନରେ ବିଜେପି ହାରିବାକୁ ଯାଉଥିବାରୁ ଜଣେ ଠକ ମାଧ୍ୟମରେ ଅପପ୍ରଚାର କରୁଛି । ଦେଖିବେ ଆଉ କିଛି ଦିନ ମଧ୍ୟରେ ସୁକେଶ ବିଜେପିରେ ସାମିଲ ହେବେ । କେଜ୍ରିୱାଲ ମଧ୍ୟ ସୁକେଶ ବିଜେପିରେ ମିିଶିବେ ବୋଲି ଭବିଷ୍ୟବାଣୀ କରିଛନ୍ତି ।

Comments are closed.