Latest Odisha News

କେଜ୍ରିୱାଲଙ୍କ ବଡ ଘୋଷଣା: ସମସ୍ତଙ୍କୁ ମିଳିବ ମାଗଣା ବିଜୁଳି!

ନୂଆଦିଲ୍ଲୀ: ଦିଲ୍ଲୀରେ ଯେତେ ବିଜୁଳି ବ୍ୟବହାର କଲେ ବି ଆସିବନି ବିଲ। ଲୋକସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲଙ୍କ ବଡ ଘୋଷଣା। ଦିଲ୍ଲୀରେ ଆରମ୍ଭ ହୋଇଛି ସୋଲାର ପଲିସି ୨୦୨୪। ଏହି ବିଷୟରେ ଲୋକଙ୍କୁ ଅବଗତ କରାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

କେଜ୍‌ରିଓ୍ବାଲ କହିଛନ୍ତି , ଦିଲ୍ଲୀ ସରକାର ଏକ ନୂତନ କେଜ୍‌ରିଓ୍ବାଲ ଶକ୍ତି ନୀତି, ସୌର ନୀତି ୨୦୨୪ ଜାରି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୨୦୧୬ ନୀତି ଲାଗୁ ଥିଲା। ଏହା ଦେଶର ସବୁଠାରୁ ପ୍ରଗତିଶୀଳ ନୀତି ଥିଲା। ଦିଲ୍ଲୀରେ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ୍‌ ମାଗଣା, ୪୦୦ ୟୁନିଟ ପର୍ଯ୍ୟନ୍ତ ଅଧା ବିଦ୍ୟୁତ୍‌ ବିଲ ଏବଂ ଏହା ଉପକୁ ସଂପୂର୍ଣ୍ଣ ବିଲ ଚାର୍ଜ ନିଆଯାଉଥିଲା।
ନୂତନ ସୋଲାର ନୀତି ଅନୁଯାୟୀ, ଯେଉଁମାନେ ନିଜ ଛାତରେ ସୋଲାର ପ୍ୟାନେଲ ଲଗାଇବେ, ସେମାନେ କେତେ ୟୁନିଟ ବିଦ୍ୟୁତ୍‌ ଖର୍ଚ୍ଚ କଲେ ମଧ୍ୟ ଶୂନ୍ୟ ବିଦ୍ୟୁତ୍‌ ବିଲ ପାଇବେ। ଏହା ସହିତ ପ୍ରତି ମାସରେ ୭୦୦-୯୦୦ଟଙ୍କା ରୋଜଗାର କରିପାରିବେ । ଯେଉଁମାନେ ସୋଲାର ପ୍ୟାନେଲ ଉପରେ ଖର୍ଚ୍ଚ କରିବେ, ସେମାନଙ୍କୁ ୪ ବର୍ଷରେ ରିଟର୍ଣ୍ଣ ମିଳିବ।

Comments are closed.