Latest Odisha News

BREAKING NEWS

ରଥଯାତ୍ରାର ୪ ଦିନ ପରେ ମାଉସୀ ମା’ ଘରେ ପହଞ୍ଚିଲା ବ୍ରହ୍ମ ତାଳଧ୍ଵଜ

କେନ୍ଦ୍ରାପଡା: ରଥଯାତ୍ରାର ଚାରିଦିନ ପରେ ମାଉସୀ ମା ମନ୍ଦିରରେ ପହଞ୍ଚିଲା କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମତାଳଧ୍ବଜ ରଥ। ରଥଯାତ୍ରା ଦିନଠାରୁ ମାଉସି ମା ମନ୍ଦିର ଅଭିମୁଖେ ରଥ ବାହାରି ଥିଲା । ମାତ୍ର ବାରମ୍ବାର ରଥ ବାମ ମୋଡ ନେବାରୁ ଚକଡା ଲାଗିବାକୁ ବିଳମ୍ବ ହୋଇଥିଲା । ଶେଷରେ ରେଲୱେ ବିଭାଗର କର୍ମଚାରୀ ମାନଙ୍କ ଦ୍ଵାରା ହାଇଡ୍ରୋଲିକ ଜ୍ୟାକ୍ ମେସିନ୍ ସାହାଯ୍ୟରେ ରଥକୁ ସିଧା କରିବା ପରେ ମାଉସି ମା ମନ୍ଦିରରେ ପହଞ୍ଚିଲେ ଶ୍ରୀ ବଳଦେବଜୀଉ।

ଗତ ୪ ଦିନ ହେବ ରଥ ଉପରେହିଁ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କରାଯାଉଥିଲା। ମାଉସି ମା ମନ୍ଦିର ନିକଟରେ ରଥ ପହଞ୍ଚିବାପରେ ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଜି ସନ୍ଧ୍ୟାରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଇଛି । ସେପଟେ ବ୍ରହ୍ମ ତାଳଧ୍ଵଜ ରଥ ଗଡିବାରେ ଏପରି ବିଭ୍ରାଟ କଣପାଇଁ ଘଟିଲା ତାର ସମୀକ୍ଷା କରାଯିବ । ଏଥିସହିତ ବାହୁଡାଯାତ୍ରା କିପରି ସୁରୁଖୁରୁରେ ସମ୍ପନ୍ନ ସେନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଟା ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ।

ପ୍ରଚଳିତ ପ୍ରଥା ଓ ପରମ୍ପରା ଅନୁଯାୟୀ ପୁରୀ ଶ୍ରୀକ୍ଷେତ୍ରରେ ରଥ ଗୋଟିଏ ଦିନରେ ଟଣା ଯାଉଥିବା ବେଳେ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ରଥଯାତ୍ରା ଦିନ ମାତ୍ର ଗୋଟିଏ ଦଉଡି ରଥ ଟଣାଯାଇ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ରଥ ଅଟକି ରହିଥାଏ । କିନ୍ତୁ ଚଳିତ ବର୍ଷ ଏପରି ହୋଇନଥିଲା । ଦୀର୍ଘ ୪ ଦିନ ଧରି ରଥ ଟାଣିବାରେ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥିଲା ।

 

Comments are closed.