Latest Odisha News

BREAKING NEWS

କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍‌ଡିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: କେନ୍ଦୁଝର ବିଦ୍ୟୁତ ବିଭାଗର ଏସ୍‌ଡିଓ ମହେଶ୍ଵର ସେଠୀଙ୍କ ଘରେ ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କର ସ୍ପଞ୍ଜ କଲୋନୀ ଓ ଘଟଗାଁ ସ୍ଥିତ ଘରେ ଭିଜିଲାନ୍ସ ଚଢାଉ କରିଛି। ସେହିପରି ରିମୁଳି ସ୍ଥିତ ତାଙ୍କ ଶ୍ଵଶୁର ଘର ଏବଂ ଘଟଗାଁ ରେ ଥିବା ନିଜ ଭାଇଙ୍କ ଘର ଉପରେ ମଧ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏହାସହିତ ତଥା କେନ୍ଦୁଝର ଅଫିସ୍ ରେ ମଧ୍ୟ ଏକ ସଙ୍ଗେ ଚଢାଉ ଜାରି ରହିଛି । ଏହି ଚଢାଉରେ ଜଣେ ଏଏସପି , ଦୁଇ ଡିଏସପି ଓ ଛଅ ଜଣ ଇନ୍ସପେକ୍ଟର ଅଛନ୍ତି ।

Comments are closed.