Latest Odisha News

ନିଆରା ବାହାଘର, QR କୋଡରେ ଗିଫ୍ଟ ଦେଲେ ଅତିଥି…

ନୂଆଦିଲ୍ଲୀ: କେରଳର ଜଣେ ବାପା ତାଙ୍କ ଝିଅ ବାହାଘରରେ ସାର୍ଟ ପକେଟରେ QR କୋଡ୍ ଲଗାଇ ଅତିଥିମାନଙ୍କଠାରୁ ଡିଜିଟାଲ୍ ମାଧ୍ୟମରେ ଟଙ୍କା ସଂଗ୍ରହ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଭାଇରାଲ୍ ଭିଡିଓରେ କନ୍ୟାଙ୍କ ବାପା ତାଙ୍କ ସାର୍ଟ ପକେଟରେ Paytm QR କୋଡ୍ ର ଏକ ବ୍ୟାଜ୍ ପିନ୍ଧିଥିବାର ନଜର ଆସିଛନ୍ତି। ପାରମ୍ପରିକ ଭାବରେ ଲଫାପାରେ ଟଙ୍କା ଦେବା ପରିବର୍ତ୍ତେ ଅତିଥିମାନେ ସେମାନଙ୍କ ଫୋନ୍ ମାଧ୍ୟମରେ କୋଡ ସ୍କାନ କରି ତୁରନ୍ତ ଟଙ୍କା ଦେଉଥିବାର ଭିଡିଓରେ ଦେଖାଯାଇଥିଲା।

ଏହି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ୟୁଜର୍ସ ଅନେକ ମଜାଦାର କମେଣ୍ଟ ମଧ୍ୟ ଦେଇଛନ୍ତି। ଏହା ବର୍ତ୍ତମାନର ଡିଜିଟାଲ୍ ଇଣ୍ଡିଆର ବିବାହ ଭର୍ସନ ବୋଲି କିଛି ଲେଖିଛନ୍ତି। ତେବେ ଲୋକମାନେ ଏହି ପଦକ୍ଷେପକୁ ପ୍ରଶଂସା ମଧ୍ୟ କରିଛନ୍ତି। କାରଣ ଏହା ଦ୍ଵାରା ନଗଦ ଟଙ୍କା ଓ କାଗଜ ଉଭୟ ସଞ୍ଚୟ ହୋଇପାରିବ ବୋଲି ଅନେକ ମତ ଦେଉଥିବା ବେଳେ ବିବାହ ଭଳି ପାରମ୍ପରିକ ଅବସରରେ ଏହିପରି ଡିଜିଟାଲ୍ କାରବାର ଅଜବ ଅଟେ ବୋଲି ଆଉ କିଛି କହିଛନ୍ତି।

କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ଅନୁଯାୟୀ ନଭେମ୍ବର ୧ରୁ ଡିସେମ୍ବର ୧୪ ମଧ୍ୟରେ ଦେଶରେ ପ୍ରାୟ ୪.୬ ନିୟୁତ ବିବାହ ହେବାକୁ ଯାଉଅଛି। ଯାହାଦ୍ଵାରା ଦେଶରେ ପ୍ରାୟ ୬.୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବା ନେଇ ବିଶେଷଜ୍ଞ ମାନେ ମତ ଦେଇଛନ୍ତି। ତେଣୁ ଭାରତର ଦ୍ରୁତ ଗତିରେ ବଢୁଥିବା ବିବାହ ଅର୍ଥନୀତିରେ ଏହି ପଦକ୍ଷେପ ସମ୍ପୂର୍ଣ୍ଣ ଫିଟ୍ ବୋଲି କୁହାଯାଉଛି।

 

Comments are closed.