Latest Odisha News

BREAKING NEWS

ଧର୍ମଦାମରୁ ନିର୍ବାଚନ ଲଢିବେ କେରଳ ସିଏମ ପିନାରାଇ ବିଜୟନ୍‌

କନ୍ନୁର: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍‌ ସୋମବାର ଦିନ ଧର୍ମଦାମ ନିର୍ବାଚନମଣ୍ଡଳୀରୁ ଏଲଡିଏଫ୍‌ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ସକାଳ ୧୧ ଟାରେ ଦୁଇଟି ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ନାମାଙ୍କନପତ୍ର ଦାଖଲ କରିବା ସମୟରେ ପିନାରାଇଙ୍କ ସହ ସିପିଏମ୍ ଜିଲ୍ଲା ସଚିବ ଏମ.ଭି ଜୟରାଜନ୍ ଏବଂ ସିପିଆଇ ନେତା ସି.ଏନ୍ ଚନ୍ଦ୍ରନ ଉପସ୍ଥିତ ଥିଲେ। ନାମାଙ୍କନ ପତ୍ରରେ ପିନାରାଇଙ୍କୁ ସିପିଏମ୍ ନେତା ସିଏନ୍ ଚନ୍ଦ୍ରନ୍ ଏବଂ ପି ବାଲାନ୍ ସମର୍ଥନ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.