Latest Odisha News

BREAKING NEWS

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାନ ଚାଣ୍ଡିଙ୍କ ପରଲୋକ

ନୂଆଦିଲ୍ଲୀ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଓମାନ ଚାଣ୍ଡିଙ୍କର ଆଜି ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ବିଷୟରେ ତାଙ୍କର ପୁଅ ଚାଣ୍ଡି ଓମନ ଫେସବୁକ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି ।

ସେ ଫେସବୁକରେ ଲେଖିଛନ୍ତି, ‘ଆପ୍ପାଙ୍କର ନିଧନ ହୋଇ ଯାଇଛି ।’ ସୂଚନାଥାଉ କି, ଗତ କିଛି ଦିନ ହେଲା ଓମାନ ଚାଣ୍ଡିଙ୍କ ସ:ାସ୍ଥ୍ରାବସ୍ଥା ଖରାପ ଥିଲା । ଚିକିତ୍ସା ପାଇଁ ସେ ବାଙ୍ଗାଲୋରରେ ରହୁଥିଲେ । ସେଠାରେ ସେ ଚିନ୍ମୟ ମିଶନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ବରିଷ୍ଠ କଂଗ୍ରେସ ନେତା ଓମାନ ଚାଣ୍ଡି ଦୁଇ ଦୁଇ ଥର କେରଳର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିଲେ । ଏଥିସହିତ କେରଳ କଂଗ୍ରେସର ଅଧ୍ୟକ୍ଷ କେ. ସୁଧାକରନ ମଧ୍ୟ ଓମାନ ଚାଣ୍ଡିଙ୍କ ମୃତ୍ୟୁ ଖବର ବିଷୟରେ ଟୁଇଟ କରି ସୂଚନା ଦେଇଛନ୍ତି । ସେ ଓମାନ ଚାଣ୍ଡିଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.