Latest Odisha News

BREAKING NEWS

ୟୁଟ୍ୟୁବ୍ ଭିଡିଓ ଦେଖି ଶିଶୁକୁ ଜନ୍ମ ଦେଲେ ୧୭ ବର୍ଷିୟା ଯୁବତୀ

ନୂଆଦିଲ୍ଲୀ: କେରଳର ଜଣେ ୧୭ ବର୍ଷର ଝିଅ ୟୁଟ୍ୟୁବ୍ ଭିଡିଓ ଦେଖି ତାଙ୍କ ଘରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ତାଙ୍କ ପିତାମାତା ତାଙ୍କ ଗର୍ଭଧାରଣ ବିଷୟରେ କିଛି ଜାଣି ନଥିବା ଜଣାପଡ଼ିଛି।

ଏହି ଘଟଣା କେରଳର ମାଲାପୁରାମ ଜିଲ୍ଲାରେ ଘଟିଛି ଯେଉଁଠାରେ ୧୭ ବର୍ଷର ଝିଅଟି ଅକ୍ଟୋବର ୨୦ରେ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି। ଇଣ୍ଡିଆନ ଏକ୍ସପ୍ରେସରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଶିଶୁଟି ଜନ୍ମ ହେବାର ତିନି ଦିନ ପରେ ହିଁ ଯୁବତୀଙ୍କ ମା ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। କାରଣ ପ୍ରସବ ପରେ ଯୁବତୀଙ୍କଠାରେ ସଂକ୍ରମଣ ଜନିତ ସମସ୍ୟା ଦେଖାଯାଇଥିଲା।

ପ୍ରସବ ପରେ ଝିଅଟି ତିନି ଦିନ ପର୍ଯ୍ୟନ୍ତ ନିଜ କୋଠରୀରେ ବନ୍ଦ ରହିଥିଲା। ତିନି ଦିନ ପରେ ଯେତେବେଳେ ତାଙ୍କ ମା ଜାଣିବାକୁ ପାଇଲେ, ଉଭୟ ମା ଏବଂ ଶିଶୁଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବର୍ତ୍ତମାନ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି।

ପୋଲିସର ସୂଚନାନୁସାରେ, ଝିଅଟି କହିଛି ଯେ ଜଣେ ୨୧ ବର୍ଷୀୟ ଜଣେ ପଡ଼ୋଶୀ ଯୁବକ ତାଙ୍କୁ ଗର୍ଭବତୀ କରିଥିବା ଅଭିଯୋଗ କରିଛନ୍ତି। ଏହାସହିତ  ୟୁଟ୍ୟୁବ୍ ଭିଡିଓ ଦେଖି ପ୍ରସବ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

Comments are closed.