Latest Odisha News

BREAKING NEWS

ଟିକା ପ୍ରମାଣପତ୍ରରୁ ହଟିବନି ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋକୁ କରୋନା ଟିକା ପ୍ରମାଣପତ୍ରରୁ ହଟାଇବାକୁ ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହିତ କୋର୍ଟର ସମୟ ନଷ୍ଟ କରିବା ପାଇଁ ଆବେଦନକାରୀଙ୍କ ଉପରେ କୋର୍ଟ ୧ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରିଛନ୍ତି। ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କ’ଣ ଭୁଲ୍ ଅଛି ସେନେଇ କୋର୍ଟ ଚଳିତ ମାସ ଆରମ୍ଭରେ ହୋଇଥିବା ଶୁଣାଣି ସମୟରେ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ।

ଆସନ୍ତା ସପ୍ତାହ ମଧ୍ୟରେ ଜରିମାନା ରାଶି ଜମା କରିବାକୁ କୋର୍ଟ ମଙ୍ଗଳବାର ଆବେଦନକାରୀଙ୍କୁ କହିଛନ୍ତି। ଅଦାଲତ କହିଛନ୍ତି ଯେ ଏହି ଜୋରିମାନା ଲାଗୁ କରାଯାଇଛି ଯାହା ଦ୍ବାରା ଲୋକମାନେ ଜାଣିପାରିବେ ଯେ ଏପରି ମୂଲ୍ୟହୀନ ଆବେଦନ କୋର୍ଟର ସମୟ ନଷ୍ଟ କରିଥାଏ।

ଗତ ଶୁଣାଣିରେ ବିଚାରପତି ଆବେଦନକାରୀଙ୍କୁ କହିଥିଲେ ଯେ ଯଦି ଦେଶର ବିଶ୍ୱବିଦ୍ୟାଳୟର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାମରେ ନାମିତ ହୋଇପାରିବ, ତେବେ ଟିକା ପ୍ରମାଣପତ୍ରରେ ପିଏମ ମୋଦୀଙ୍କ ଫଟୋ ରଖିବାର କ’ଣ କ୍ଷତି ହେବ?

Comments are closed.