Latest Odisha News

BREAKING NEWS

ମଗେଇଥିଲେ ପାସ୍‌ପୋର୍ଟ ପାଉଚ୍‌ ଆସିଲା ଅରିଜିନାଲ ପାସ୍‌ପୋର୍ଟ

ଏକ ରିପୋର୍ଟ ଅନୁଯାୟୀ, କେରଳର ୱାୟାନାଡ ଜିଲ୍ଲାର ଜଣେ ବ୍ୟକ୍ତି ଆମାଜନରେ ଏକ ପାସପୋର୍ଟ ପାଉଚ୍‌ ପାଇଁ ଅର୍ଡର ଦେଇଥିଲେ ଏବଂ ଅର୍ଡର ଡେଳଇଭରି ବେଳେ ପାସ୍‌ପୋର୍ଟ ପାଉଚ୍‌ ସହିତ ଏହା ଭିତରେ ପାସପୋର୍ଟ ମଧ୍ୟ ପାଇଥିଲେ।

ରିପୋର୍ଟ ଅନୁଯାୟୀ ଯେ ୱାୟାନାଡର କାନିଆମ୍ବେଟା ଗାଁର ଜଣେ ବାସିନ୍ଦା ଅକ୍ଟୋବର ୩୦ରେ ପାସପୋର୍ଟ ପାଉଚ୍‌ ଅର୍ଡର କରିଥିଲେ ଏବଂ ଦୁଇ ଦିନ ପରେ ଅର୍ଡର ତାଙ୍କ ପାଖେ ପହଞ୍ଚିଥିଲା। ବ୍ୟକ୍ତି ଜଣକ ଏହାକୁ ଖୋଲିବା ପରେ ପାସପୋର୍ଟ ପାଉଚ୍‌ ସହିତ ପାସ୍‌ପୋର୍ଟ ଥିବାର ମଧ୍ୟ ଦେଖିଥିଲେ। “ପ୍ରଥମେ, ସେ ଏହାକୁ ଏକ ଡମି ପାସପୋର୍ଟ ବୋଲି ଭାବିଥିଲେ ପରେ ଏହାକୁ ସଠିକ୍‌ ଭାବେ ନିରୀକ୍ଷଣ କଲା ପରେ ଏହା ଅରିଜିନାଲ ପାସ୍‌ପୋର୍ଟ ବୋଲି ଜଣାପଡ଼ିଥିଲା ବୋଲି ବ୍ୟକ୍ତି ଜଣକ କହିଛନ୍ତି।

ସେ କହିଛନ୍ତି ଯେ ସେ ତୁରନ୍ତ ଆମାଜନ ସହ ଯୋଗାଯୋଗ କରିଥିଲେ କିନ୍ତୁ ଭବିଷ୍ୟତରେ ସେମାନେ ସତର୍କ ରହିବେ ବୋଲି ସେମାନେ ପ୍ରତିକ୍ରିୟା ଦେଇଛନ୍ତି। ତେଣୁ ସେ ଡକ୍ୟୁମେଣ୍ଟରେ ଥିବା ଠିକଣାକୁ ଆଧାର କରି ପାସପୋର୍ଟର ମାଲିକ ମହମ୍ମଦ ସାଲିହଙ୍କ ସହ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି।

Comments are closed.