Latest Odisha News

BREAKING NEWS

କେରଳରେ ଚିନ୍ତା ବଢ଼ାଇଲା ଭାଇରସ, ଘୋଷଣା ହେଲା ଲକଡାଉନ୍

କେରଳ : କେରଳରେ ବଢ଼ିଲା କଟକଣା । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କେରଳ ସରକାର । ସାରା ଦେଶରେ ଯେତିକି ପଜିଟିଭ ଠାବ ହେଉଛନ୍ତି ତାହାର ଅଧା ରହିଛନ୍ତି କେରଳରେ । ରାଜ୍ୟରେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲାଗୁଡିକ ହେଉଛନ୍ତି ମାଲାପୁରମ, ତ୍ରିସୁର, କୋଝିକୋଡ, ଏର୍ଣ୍ଣାକୁଲମ, ପାଲାକାଡ, କୋଲ୍ଲମ, କାନ୍ନୁର, ଥିରୁବନନ୍ତପୁରମ ଓ କୋଟ୍ଟାୟମ । ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବାରୁ ଟେଷ୍ଟିଂ ଓ ଟ୍ରାକିଂ ନେଇ ବିରାଟ ସମସ୍ୟା ସୃଷ୍ଟି ହୋଇଛି ।

ସେପଟେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ କେରଳକୁ ୬ଜଣିଆ ଟିମ୍ ପଠାଇବାକୁ ବ୍ୟବସ୍ଥା କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ସହ କରୋନା ନିୟନ୍ତ୍ରଣ ଦିଗରେ ରାଜ୍ୟ ସରକାରଙ୍କ ମିଶି କାର୍ଯ୍ୟ କରିବେ । ଗତକାଲି ରାଜ୍ୟରେ ଠାବ ହୋଇଥିଲେ ୨୨ ହଜାରରୁ ଅଧିକ ପଜିଟିଭ । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୨୭ ହଜାରରୁ ଅଧିକ ରହିଛି ।

ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆରର ପରାମର୍ଶରେ ଅଧିକରୁ ଅଧିକ ସେରୋସର୍ଭେ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି । କେରଳରେ ଆଣ୍ଟିବଡି ପରିମାଣ ଜାତୀୟ ସ୍ତରରେ ସର୍ବନିମ୍ନ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମଧ୍ୟପ୍ରଦେଶରେ ସର୍ବାଧିକ ଆଣ୍ଟିବଡି ରହିଛି ବୋଲି ଆଇସିଏମଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.