ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ଆତ୍ମହତ୍ୟା ମାମଲା, ସିବିଆଇ କହିଲା ମୃତ୍ୟୁ ପୂର୍ବରୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ପାଇଥିଲେ ଛାତ୍ର
ଥିରୁଅନନ୍ତପୁରମ୍: କେରଳର ବାୟନାଡ ଜିଲ୍ଲାର ଏକ କଲେଜ ହଷ୍ଟେଲରେ ୨୦ ବର୍ଷୀୟ ପ୍ରାଣୀ ଡାକ୍ତର ଛାତ୍ରର ମୃତ୍ୟୁ ମାମଲାର ତଦନ୍ତ ଭାର ସିବିଆଇ ହାତକୁ ନେଇଛି । ଗତ ଫେବୃଆରୀ ୧୮ ରେ ହଷ୍ଟେଲର ବାଥରୁମ ଭିତରୁ ସିଦ୍ଧାର୍ଥ ଜେଏସ ନମକ ଏକ ଛାତ୍ରଙ୍କର ମୃତଦେହ ମିଳିଥିଲା। ସିଦ୍ଧାର୍ଥଙ୍କୁ ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଛାତ୍ର ସଂଗଠନର କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ କିମ୍ବା ସିପିଆଇର କାର୍ଯ୍ୟକର୍ତ୍ତାଙ୍କ ସମେତ ଅନ୍ୟ ଛାତ୍ରମାନେ ରାଗିଂ କରିଥିବା ନେଇ ଅଭିଯୋଗ କରିଥିଲେ ପରିବାର ଲୋକ ।
କେରଣ ପୋଲିସ ଦ୍ଵାରା ରୁଜୁ ହୋଇଥିବା ମାମଲା ଏବେ ସିବିଆଇ ହାତରେ । ପୋଲିସ ରିପୋର୍ଟ ଅନୁସାରେ, ମୃତକ ସିଦ୍ଧାର୍ଥଙ୍କୁ ୨୯ ଘଣ୍ଟା ଧରି ଶ୍ରେଣୀର ସିନିଅର ମାନେ ଲଗାତାର ଭାବରେ ଆକ୍ରମଣ କରିଥିଲେ । ଯାହାପରେ ସେ ଆତ୍ମହତ୍ୟା କରିଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ସିନିଅର ଏବଂ ଶ୍ରେଣୀର କିଛି ପିଲା ତାଙ୍କୁ ଅନେକ ପ୍ରକାରର ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଯେଉଁଥିପାଇଁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୧୮ ତାରିଖରେ କଲେଜର ହଷ୍ଟେଲ ଭିତରୁ ସିଦ୍ଧାର୍ଥର ଝୁଲନ୍ତା ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ପୋଲିସ କହିବା ଅନୁସାରେ, ଫେବୃଆରୀ ୧୬ ତାରିଖରେ ସକାଳ ୯ ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଲଗାତାର ଭିତରେ ସିଦ୍ଧାର୍ଥଙ୍କୁ ବେଲ୍ଟରେ ମାଡ ମରାଯାଇଥିଲୋ । ଏହାପରେ ତାଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳି ମଧ୍ୟ କରିଥିଲେ ଅଭିଯୁକ୍ତ ମାନେ । ଯାହାକୁ ନେଇ ସେ ଅତ୍ୟନ୍ତ ମାନସିକ ଚାପରେ ଥିଲେ । ତେଣୁ ସେ ଆତ୍ମହତ୍ୟା ପରି ଏକ ନିଷ୍ପତି ନେଇଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଭାର ସିବିଆଇ ହାତକୁ ଯାଇଛି । ୨୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେପଟେ ଏହି ମାମଲାକୁ ନେଇ ରାଜନୈତିକ ହଲଚଲ ଦେଖିବାକୁ ମିଳିଛି ।
Comments are closed.