ଓ୍ୱାୟନାଡ: କେରଳରେ ଘଟିଥିବା ଭୂସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ବିଷ୍ଣୁ ପ୍ରସାଦଙ୍କ ମରଶରୀର ଆଣିବାକୁ ପ୍ରୟାସ ଆରମ୍ଭ ହୋଇଛି l ଆଜି ଓଡ଼ିଶାରେ ପହଂଚିବ ଡାକ୍ତର ବିଷ୍ଣୁପ୍ରସାଦଙ୍କ ମରଶରୀର l ଏନେଇ ସୂଚନା ଦେଇଛନ୍ତି କେରଳ ଯାଇଥିବା ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ l
ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ସୂଚନା ଅନୁସାରେ, ବିଷ୍ଣୁଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ମରଶରୀରକୁ ଓଡ଼ିଶାକୁ ପଠାଯିବାକୁ ବ୍ୟବସ୍ଥା କରାଯାଇଛି l ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ଓ ତାଙ୍କ ବନ୍ଧୁଙ୍କ ପତ୍ନୀ ସ୍ବୀକୃତି ମହାପାତ୍ରଙ୍କ ଅବସ୍ଥା ଏବେ ସ୍ଥିର ଅଛି l ଉଭୟ ମେଡିକାଲରେ ଆହୁରି ୭୨ ଘଣ୍ଟା ଅବଜରଭେସନ୍ରେ ରହିବେ ବୋଲି କହିଛନ୍ତି ଦିଲ୍ଲୀପ l ଅନ୍ୟପଟେ ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାବତ ପତ୍ତା ମିଳିନି l ତେବେ ଆଶା ଅଛି ଯେ ସେ ଏବେ ଭଲରେ ଥିବେ l ତାଙ୍କୁ ଉଦ୍ଧାର ପାଇଁ କେରଳ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁଛି ବୋଲି କହିଛନ୍ତି ବରିଷ୍ଠ ଅଧିକାରୀ ଦିଲ୍ଲୀପ ରାଉତରାୟ l
ସୂଚନା ଅନୁସାରେ, ଗତ ୨୬ତାରିଖରେ ଉଭୟ ପରିବାର ବେଙ୍ଗାଳୁରୁ ବୁଲି ଯାଇଥିଲେ । ବେଙ୍ଗାଳୁରୁରୁ ସେମାନେ କେରଳ ଯାଇଥିଲେ । ସେଠାରେ ଓ୍ବାଏନାଡର ଲିନରା ଭିଲ୍ଲାରେ ରହିଥିଲେ । ଗତ ସୋମବାର ରାତିରେ ମୋପ୍ପାଡି, ମୁବାଡକାଇ ଓ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହାପରେ ଜନବସତି ଆଡକୁ ମାଟିମିଶା ବନ୍ୟା ପାଣି ମାଡିଆସିଥିଲା। ପାଣିର ପ୍ରଖର ସ୍ରୋତରେ ସମସ୍ତେ ଭାସି ଯାଇଥିଲେ । ପ୍ରିୟଦର୍ଶିନୀ ପାଲ୍ ଓ ସ୍ବୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଏବେବି ନିଖୋଜ ଅଛନ୍ତି ।
କହିରଖୁଛୁ ଯେ, କେରଳର ଓ୍ୱାୟନାଡରେ ପ୍ରବଳ ବର୍ଷା ପରେ ତିନୋଟି ଭୂସ୍ଖଳନ ହୋଇଥିଲା। ଫଳରେ ନଦୀ ଜଳସ୍ତର ବୃଦ୍ଧି ପାଇ ପୋଲ ଭାସି ଯାଇ ଗାଁ ମଧ୍ୟକୁ ବନ୍ୟା ପାଣି ପଶି ଯାଇଥିଲା। ଏଥିରେ ପାହାଡିଆ ଅଞ୍ଚଳ ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ବିଶେଷ ଭାବେ ପ୍ରଭାବିତ ହୋଇଛି। ସେପଟେ ଏହି ଭୟାବହ ଘଟଣାରେ ଏପର୍ଯ୍ୟନ୍ତ ୩୦୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯୫ ଜଣଙ୍କର ମୃତଦେହ ମିଳିବା ସହିତ ସେମାନଙ୍କର ପୋଷ୍ଟମର୍ଟମ କରାଯାଇଛି । ହେଲେ ଆଉ ୧୦୫ ଲୋକଙ୍କ ମୃତଦେହ ମିଳିନଥିବା ବେଳେ ସେମାନଙ୍କ ଶରୀରର କିଛି କିଛି ଅଂଶ ମିଳିଥିବାରୁ ସେମାନଙ୍କୁ ମୃତ ବୋଲି ଘୋଷଣା କରାଯାଇଛି ।
BREAKING NEWS
- ସନ୍ତୋଷ ଟ୍ରଫି ଫୁଟବଲ: ଫାଇନାଲ ରାଉଣ୍ଡରେ ଓଡିଶା
- କଟକ ବାଲିଯାତ୍ରାରେ ପୁଣି ଅଘଟଣ: ଷଣ୍ଢ ଆକ୍ରମଣରେ ୨ ଯୁବତୀ ଆହତ
- ଶୋଚନୀୟ ପରାଜୟ ପରେ ଇଭିଏମକୁ ଦୋଷ ଦେଲେ ଉଦ୍ଧବ ଠାକରେ
- ବିସିସିଆଇ,ଆଇସିସି ସହିତ କୌଣସି ବୈଠକର ସୂଚନା ନାହିଁ : ପିସିବି
- ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍ ସର୍ଭେ ରିପୋର୍ଟ
- ଅଁଳା ଓ କଞ୍ଚା ହଳଦୀ ସେବନରୁ ମିଳିବ କ୍ୟାନ୍ସରରୁ ମୁକ୍ତି, ପତ୍ନୀଙ୍କ ସୁସ୍ଥ ହେବାର ରହସ୍ଯ କହିଲେ ସିଦ୍ଧୁ
- ଓଡ଼ିଶା ଶିଳ୍ପ ନୀତି ଓ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ
- ଜେଏମଏମକୁ ଜିତାଇଲେ ଓଡ଼ିଆ ଝିଅ
- ବଲାଙ୍ଗିରରେ ଶିଶୁ ବିକ୍ରି ଘଟଣା, ଏଏନ୍ଏମ୍ ଗିରଫ
- ଝାଡଖଣ୍ଡରେ ବାଜିମାତ୍ ପରେ ପୁଅଙ୍କ ସହ ଖୁସି ମନାଇଲେ ହେମନ୍ତ
Comments are closed.