Latest Odisha News

BREAKING NEWS

ଭାଇ ପରେ ଏବେ ବାପା-ମା’ଙ୍କ ପାଳି: କେତନ ଅଗ୍ରଓ୍ୱାଲ ମୃତ୍ୟୁ ମାମଲାରେ ପୁଣେ ପୋଲିସର ତନାଘନା

ପୁଣେ: କେତନ ଅଗ୍ରୱାଲ ହତ୍ୟାକାଣ୍ଡ ମାମଲାରେ ପୁଣେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବେ ଏକ ନୂଆ ମୋଡ଼ ନେଇଛି। ଲୋନାଭାଲା ନିକଟସ୍ଥ ଲୋହଗଡ଼ ଦୁର୍ଗରୁ ଖସି ପ୍ରାଣ ହରାଇଥିବା ପୁଣେର ପ୍ରତିଷ୍ଠିତ ବ୍ୟବସାୟୀ କେତନଙ୍କ ମୃତ୍ୟୁ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ସନ୍ଦେହ କରି ପୋଲିସ ତଦନ୍ତକୁ ଜୋରଦାର କରିଛି।

 

ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ପରିବାର ଉପରେ ତଦନ୍ତ ଚଳାଇଛି। ସିୟାଙ୍କ ଭାଇଙ୍କୁ ପୋଲିସ କ୍ରମାଗତ ଭାବେ ୧୦ ଘଣ୍ଟା କାଳ ଜେରା କରିଥିବା ବେଳେ ଏବେ ତାଙ୍କ ବାପା ମାଙ୍କୁ ମଧ୍ୟ ପୋଲିସ ଥାନାରେ ବସାଇ ଜେରା ପାଇଁ ସମନ ଜାରି କରିଛି।

 

ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଜୁନ୍ ୧୮ ତାରିଖରେ ଲୋହଗଡ଼ ଦୁର୍ଗର ୩୫୦ ଫୁଟ ଉଚ୍ଚରୁ କେତନଙ୍କ ମୃତଦେହ ମିଳିଥିଲା। ପ୍ରଥମେ ଏହାକୁ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମୋବାଇଲ୍ ଡାଟା ଓ ବୈଷୟିକ ପ୍ରମାଣ ଆଧାରରେ ପୋଲିସ କେତନଙ୍କ ଭାବି ପତ୍ନୀ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗିରଫ କରିଛି। ପୋଲିସର ସନ୍ଦେହ ଅନୁଯାୟୀ, କେତନଙ୍କୁ ହତ୍ୟା କରିବା ପାଇଁ ଏହି ଦୁଇଜଣ ପୂର୍ବରୁ ମଧ୍ୟ ତିନି ଥର ବିଫଳ ଚେଷ୍ଟା କରିଥିଲେ।

 

ଏହି ବହୁଚର୍ଚ୍ଚିତ ମାମଲାରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ଏବେ ଖୋଳତାଡ଼ କରୁଛି। ସିୟାଙ୍କ ଭାଇଙ୍କ ମୋବାଇଲ୍ ଫୋନରୁ ମିଳିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଚାଟିଂ ଓ କଲ୍ ରେକର୍ଡକୁ ନେଇ ପୋଲିସ ତାଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା କରିଛି। ହତ୍ୟାକାଣ୍ଡର ପ୍ଲାନିଂ ବିଷୟରେ ପରିବାର ଲୋକେ ଆଗରୁ ଜାଣିଥିଲେ କି ନାହିଁ, ସେ ନେଇ ସିୟାଙ୍କ ପିତା ପ୍ରବୀଣ ଗୋୟଲ ଓ ମାତା ପୂଜା ଗୋୟଲଙ୍କୁ ଜେରା କରାଯିବ।

 

ଅନ୍ୟପଟେ ଅଭିଯୁକ୍ତ ସିୟାଙ୍କ ପିତା ଗଣମାଧ୍ୟମ ସମ୍ମୁଖରେ ନିଜ ଝିଅକୁ କଠୋର ଦଣ୍ଡ ଦିଆଯାଉ ବୋଲି ମଧ୍ୟ ପୋଲିସ ସେମାନଙ୍କ ଆର୍ଥିକ କାରବାର ଓ ସନ୍ଦେହଜନକ ଭୂମିକାର ଯାଞ୍ଚ କରୁଛି। ସିୟାଙ୍କ ବୟାନ ରେକର୍ଡ ବେଳେ କହିଥିଲେ କେତନ ଚନ୍ଦା ଥିଲେ। ସେ ଓ୍ୱିଗ୍ ଲଗାଉଥିଲେ। ଯାହା ତାଙ୍କୁ ପସନ୍ଦ ନଥିଲା। କିନ୍ତୁ ଏହା ଅସଲ କାରଣ ହୋଇନପାରେ କାରଣ ସେ ବାହାଘର ପାଇଁ ମନା କରିଥାଇପାରନ୍ତେ ବୋଲି ମୃତକଙ୍କ ବାପା କହିଛନ୍ତି।

Leave A Reply

Your email address will not be published.