Latest Odisha News

ଚର୍ଚ୍ଚିତ ଫିଲ୍ମ ହକୀକତ ୨ର ନିର୍ମାଣ କରିବେ କେତନ ଆନନ୍ଦ

ମୁମ୍ବାଇ: ନିର୍ମାତା-ନିର୍ଦ୍ଦେଶକ ଚେତନ ଆନନ୍ଦଙ୍କ ହକୀକତ ଫିଲ୍ମ ୫୮ ବର୍ଷ ତଳେ ସାରା ଭାରତରେ ଆଲୋଡନ ସୃଷ୍ଟି କରିଥିଲା । ୧୯୬୨ ଭାରତ-ଚୀନ ଯୁଦ୍ଧ ଉପରେ ଆଧାରିତ ଏହି ଫିଲ୍ମ ୧୯୬୪ରେ ରିଲିଜ ହୋଇଥିଲା । ଧର୍ମେନ୍ଦ୍ର, ବଲରାଜ ସାହାନୀ, ପ୍ରିୟା ରାଜବଂଶ, ସଞ୍ଜାୟ ଖାଁ ଓ ବିଜୟ ଆନନ୍ଦ ଏଥିରେ ବଳିଷ୍ଠ ଅଭିନୟ କରିଥିଲେ । ଫିଲ୍ମଟି ପ୍ରତ୍ୟେକ ଦର୍ଶକଙ୍କ ମନକୁ ଛୁଇଁଥିଲା । ଫିଲ୍ମର କ୍ଲାଇମେକ୍ସରେ ଦି ଏଣ୍ଡ ଇଜ ନଟ ୟେଟ ଲେଖା ଯାଇଥିଲା । ସେତେବେଳେ ଏହାର କାରଣ ଦର୍ଶକ ବୁଝି ପାରି ନ ଥିଲେ । ଚେତନଙ୍କ ପୁଅ କେତନ ଆନନ୍ଦ କହିଛନ୍ତି ଯେ, ଏବେ ଏହାର ଅର୍ଥ ଆମେମାନେ ବୁଝିପାରୁଛେ ।

୨୦୨୦ରେ ଚୀନ ଆମ ସହ ବିଶ୍ୱାସଘାତକତା କରିବା ପରେ ଏହାର କାହାଣୀକୁ ନେଇ ଫିଲ୍ମର ସୀକ୍ୱେଲ ଆରମ୍ଭ ହେବ । ଚୀନ ରାଷ୍ଟ୍ରପତି ଭାରତକୁ ଆସି ଖାଦ୍ୟ ଖାଇଲେ, ବିଶ୍ୱାସର ବାର୍ତା ଦେଲେ ପରେ ଗଲୱାନ ଘଟଣାରେ ଆମକୁ ଠକିଲେ । ସୀକ୍ୱେଲରେ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରତିଷ୍ଠିତ ଦୁଇ ହୀରୋ ଅଭିନୟ କରିବେ । ସେମାନଙ୍କ ନାମ ଖୁବ ଶୀଘ୍ର ଘୋଷଣା କରାଯିବ । ଏହାକୁ ଭବ୍ୟ ଭାବେ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି ।

Comments are closed.