Latest Odisha News

ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଭୁଟ୍ଟବୀର ମୃତ୍ୟୁ ନେଇ ସ୍ପଷ୍ଟ କଲା ଜାତିସଂଘ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦର ଘନିଷ୍ଠ ସହଯୋଗୀ ଅବଦୁଲ ସଲାମ ଭୁଟ୍ଟବୀର ହୃଦଘାତରେ ମୃତ୍ୟୁ ଘଟିଛି। ପାକିସ୍ତାନରେ ସରକାରୀ ହାଜତରେ ଥିବା ସମୟରେ ମୃତ୍ୟୁ ହୋଇଥିବା ଜାତିସଂଘ ସୂଚନା ଦେଇଛି। ଗତ ବର୍ଷ ମେ ୨୯ ତାରିଖରେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁରିଦକେ ସହରରେ ଭୁଟ୍ଟବୀର ମୃତ୍ୟୁ ହୋଇଛି ବୋଲି ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଅଲ୍ କାଏଦା ପ୍ରତିବନ୍ଧକ କମିଟି ସୂଚନା ଦେଇଛି ।

 

ଆତଙ୍କୀ ଫଣ୍ଡିଂ ପାଇଁ ଜେଲଦଣ୍ଡ ଭୋଗୁଥିଲା ଅବଦୁଲ୍ ।୨୦୧୨ ରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଭୁଟ୍ଟବୀକୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଇଥିଲା । ଲଶ୍କର-ଏ-ତୋଏବା ପ୍ରତିଷ୍ଠାତା ହାଫିଜ ସଇଦର ଭିଣୋଇ ଅବଦୁଲ ରେହମାନ ମକ୍କି ସହ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଗିରଫ କରାଯାଇଥିଲା । ତାକୁ ୧୬ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା ।୨୦୦୮ ରେ ତାକୁ ପାକିସ୍ତାନରେ ଗିରଫ କରାଯିବାବେଳେ ସେ ଲସ୍କର-ଏ-ତୋଏବାର ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲା ।ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରିବାରେ ମଧ୍ୟ ସେ ସମ୍ପୃକ୍ତ ଥିଲା।

 

Comments are closed.