Latest Odisha News

ବଜେଟରେ କେଉଁ ବିଭାଗକୁ ମିଳିଲା କେତେ ?

ନୂଆଦିଲ୍ଲୀ : ସାରା ଦେଶ ପାଇଁ ଉପସ୍ଥାପିତ ହୋଇଛି ସାଧାରଣ ବଜେଟ୍ । ବଜେଟରେ ଅର୍ଥ ବିଭାଗକୁ ସିଂହ ଭାଗ ମିଳିଥିବା ବେଳେ ପ୍ରତିରକ୍ଷା ବିଭାଗ ବ୍ୟୟ ବରାଦ ବି ବୃଦ୍ଧି ପାଇଛି । ଅର୍ଥ ବିଭାଗକୁ ସର୍ବାଧିକ ୧୫ ଲକ୍ଷ ୩୮ ହଜାର ୭୭୯ କୋଟି ମିଳିଛି । ଅର୍ଥ ବିଭାଗକୁ ବାଦଦେଲେ ପ୍ରତିରକ୍ଷା ଲାଗି ୫ ଲକ୍ଷ ୨୫ ହଜାର ୧୬୬ କୋଟି, ରେଳବାଇ ଲାଗି ୨ ଲକ୍ଷ ୪୫ ହଜାର ୬୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଗୃହ ନିର୍ମାଣ ଲାଗି ୧ ଲକ୍ଷ ୮୫ ହଜାର ୭୭୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, ବେସାମରିକ ବିମାନ ଚଳାଚଳ ଲାଗି ୧୦ ହଜାର ୬୭୬ କୋଟି, ଯୋଗାଯୋଗ ଲାଗି ୧ ଲକ୍ଷ ୫ ହଜାର ୪୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସେହିପରି ରସାୟନ ଓ ସାର ବିଭାଗ ଲାଗି ୧ ଲକ୍ଷ ୭ ଲକ୍ଷ ୭୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ, କୃଷି ଓ କୃଷକ ବିକାଶ ଲାଗି ୧ ଲକ୍ଷ ୩୨ ହଜାର ୫୧୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଗ୍ରାମୀଣ ବିକାଶ ଲାଗି ୧ ଲକ୍ଷ ୩୮ ହଜାର ୨୦୩ କୋଟି ଟଙ୍କା, ଶିକ୍ଷା ଲାଗି ୧ ଲକ୍ଷ ୪ ହଜାର ୨୭୭ କୋଟି, ଗୃହ ବ୍ୟାପାର ଲାଗି ୧ ଲକ୍ଷ ୮୫ ହଜାର ୭୭୬ କୋଟି, ସଡ଼କ ପରିବହନ ଓ ରାଜପଥ ଲାଗି ୧ ଲକ୍ଷ ୯୯ ହଜାର ୧୦୭ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଖାଉଟି ବ୍ୟାପାର ଓ ଖାଦ୍ୟ ବିଭାଗ ଲାଗି ୨ ଲକ୍ଷ ୧୭ ହଜାର ୬୮୪ କୋଟି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଲାଗି ୮୬ ହଜାର ୨୦୦ କୋଟି, ବୈଦେଶିକ ମନ୍ତ୍ରାଳୟ ଲାଗି ୧୭ ହଜାର ୨୫୦ କୋଟି ଏବଂ ମହିଳା ଓ ଶିଶୁ ବିକାଶ ଲାଗି ବଜେଟରେ ୨୫ ହଜାର ୧୭୨ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

Comments are closed.