ନୂଆଦିଲ୍ଲୀ:କୃଷକ ଆନ୍ଦୋଳନ ମାଧ୍ୟମରେ ଖଲିସ୍ତାନୀ ଆତଙ୍କୀ ଦେଶରେ ଅଶାନ୍ତି ରଚିବା ପାଇଁ ଉଦ୍ୟମ କରୁଛନ୍ତି । କେନ୍ଦ୍ର ସରକାର ଓ କୃଷକମାନଙ୍କ ମଧ୍ୟରେ ଠିକ୍ ଭାବେ ବୁଝାମଣା ହୋଇପାରି ନ ଥିବାରୁ ଏବେ ବି ଆନ୍ଦୋଳନ ବଳବତର ରହିଛି । ଭାରତର ଗୋଇନ୍ଦା ସଂସ୍ଥା ର’ ଏବଂ ଆଇବି ସରକାରଙ୍କୁ ଆଉ ଏକ ଷଡଯନ୍ତ୍ର ନେଇ ସତର୍କ କରାଇଛନ୍ତି ।
ଖଲିସ୍ତାନୀ କମାଣ୍ଡୋ ଫୋର୍ସ କୃଷକ ନେତାଙ୍କୁ ମାରିବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଯାହାର ଦୋଷ ବିଜେପି ଏବଂ ସରକାରଙ୍କ ଲଦି ଦିଆଯିବ । ଫଳରେ ଦେଶରେ ଅଶାନ୍ତି ତୀବ୍ର ହେବ ଏବଂ ସେମାନେ ଏହାର ଫାଇଦା ଉଠାଇବେ । ୨୬ ଜାନୁୟାରୀ ହିଂସାରେ ମଧ୍ୟ ଖଲିସ୍ତାନୀଙ୍କ ଭୂମିକା ଥିବା ପ୍ରମାଣିତ ହୋଇସାରିଛି । ସରକାର ସୂଚନା ପାଇବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି ।
Comments are closed.