Latest Odisha News

ଖରସ୍ରୋତା ପ୍ରକଳ୍ପକୁ ବିରୋଧ ଘଟଣା, ଭଙ୍ଗାରୁଜା କରି ଗିରଫ ହେଲେ ୨୪ ଆନ୍ଦୋଳନକାରୀ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ରାଜକନିକା ଖରସ୍ରୋତା ପ୍ରକଳ୍ପକୁ ବିରୋଧ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ । ଆନ୍ଦୋଳନସ୍ଥଳରେ ଭଙ୍ଗାରୁଜା କରିବା ଘଟଣାରେ ୨୪ ଜଣ ଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରିଛି । ସମସ୍ତଙ୍କୁ ଆଳି ଓ ରାଜକନିକା ଗାଁରୁ ପୋଲିସ ଗିରଫ କରିଛି । ଗିରଫ ପରେ ସମସ୍ତଙ୍କୁ ଜେଏମଏଫସି କୋର୍ଟରେ ହାଜର କରିଥିଲା ପୋଲିସ । ଏହାପରେ ସମସ୍ତଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି ।

ଘଟଣାସ୍ଥଳରେ ୧୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଖରସ୍ରୋତା ପ୍ରକଳ୍ପକୁ ବିରୋଧ କରି ଗତକାଲି ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଆନ୍ଦୋଳନକାରୀ । ଉତ୍ତ୍ୟକ୍ତ ଲୋକ ବ୍ୟାରିକେଡ ଭାଙ୍ଗିବା ସହ ପ୍ରକଳ୍ପ ସ୍ଥାନରେ ଜେସିବି, ପେଟ୍ରୋଲ ଟ୍ୟାଙ୍କର ଓ ଅନ୍ୟ ଯନ୍ତ୍ରପାତି ଭଙ୍ଗାରୁଜା କରିଥିଲେ । ଖରସ୍ରୋତାରୁ ବାଲେଶ୍ବର ଓ ଭଦ୍ରକକୁ ପ୍ରକଳ୍ପର ପାଣି ନଦେବାକୁ ଆନ୍ଦୋଳନକାରୀ ଜିଦ୍ ଧରିଥିଲେ । ତେବେ ଲୋକଙ୍କ ସହିତ ଆଲୋଚନା ନକରି ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରି ପ୍ରଶାସନ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲା । ଯାହାକୁ ବିରୋଧ କରି ବିକ୍ଷୋଭ କରିଥିଲା ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ।

Comments are closed.