Latest Odisha News

BREAKING NEWS

ଖୁଜଲି vs ଅବୋଧ ବାଳକ; ରାଜ୍ୟସଭାରେ ପରସ୍ପର ଉପରେ ବର୍ଷିଲେ ନଡ୍ଡା ଓ ଖର୍ଗେ

ନୂଆଦିଲ୍ଲୀ: ଆଜି ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବା ପରେ, ଗୃହର ନେତା ଜେପି ନଡ୍ଡା ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖର୍ଗେଙ୍କ ମଧ୍ୟରେ ପ୍ରବଳ ତର୍କ ବିତର୍କ ଆରମ୍ଭ ହୋଇଥିଲା। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ମଧ୍ୟ ଜେପି ନଡ୍ଡା ତାଙ୍କୁ ପରୋକ୍ଷ ଭାବରେ ଜଣେ ଅବୋଧ ବାଳକ ବୋଲି କହିଥିଲେ।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ଜେପି ନଡ୍ଡା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କୁ କହିଥିଲେ ଯେ “ଆପଣ ମୋଠାରୁ ବହୁତ ବରିଷ୍ଠ ଅଟନ୍ତି ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ  ଆପଣଙ୍କ ଦଳକୁ ଜଣେ ଅବୋଧ ବାଳକର ବନ୍ଧକ ହେବାକୁ ଦିଅନ୍ତୁ ନାହିଁ। କଂଗ୍ରେସ ଦଳର ସମସ୍ତେ ଗଣତାନ୍ତ୍ରିକ ଉପାୟରେ କାମ କରିବା ଉଚିତ ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ବିଜେପି ସରକାର ସବୁବେଳେ ଏବଂ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥାଏ ଓ  ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରଶ୍ନ ର ଜବାବ ଦେବାକୁ ପ୍ରସ୍ତୁତ ବସିଥିଲେ କିନ୍ତୁ ବିରୋଧୀ ଦଳ ଲୋକସଭାକୁ କାର୍ଯ୍ୟ କରିବାରୁ ବାଧା ଦେଇଥିଲେ।

ରାଜ୍ୟସଭାରେ ବିରୋଧୀ ଦଳ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଉପରେ ସରକାର ବିବୃତ୍ତି ଦେବାକୁ ଦାବି କରିଥିଲେ। ଯାହାପରେ ପୀୟୁଷ ଗୋୟଲ ଏକ ବିବୃତ୍ତି ଦେଇଥିଲେ ଯେଉଁଥିରେ ବାଣିଜ୍ୟ ଚୁକ୍ତିର ବିବରଣୀ ସେୟାର କରାଯିବା ଉଚିତ ବୋଲି ଦାବି କରାଯାଇଛି। ଯାହାକୁ ନେଇ ସରକାର କହିଛନ୍ତି ଯେ ବିବରଣୀ ପ୍ରସ୍ତୁତ ହେବା ପରେ ଏ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯିବ।

ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ ଯେ ବିରୋଧୀ ଦଳ ଗୃହର କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ କହିବାକୁ ନ ଦେବା ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ସଂପୂର୍ଣ୍ଣ ଭୁଲ ଅଟେ। ରାହୁଲ ଗାନ୍ଧୀଙ୍କୁ ନିମ୍ନ ସଦନରେ ନିର୍ଦ୍ଧାରିତ ସମୟ ଅପେକ୍ଷା ୨୦ମିନିଟ୍ ଅଧିକ ସମୟ ଦିଆଯାଇଥିଲା, କିନ୍ତୁ ସେ ବାରମ୍ବାର ବାଚସ୍ପତିଙ୍କ ରୁଲିଂ ଉଲ୍ଲଂଘନ କରିଥିଲେ ଓ ବାଚସ୍ପତିଙ୍କ ବାରମ୍ବାର ମନା କରିବା ସତ୍ତ୍ୱେ ମଧ୍ୟ ସେ ସମାନ କଥା ଉପରେ କହିବା ଜାରି ରଖିଥିଲେ ଯାହାପରେ ତାଙ୍କୁ ଆଉ ଅନୁମତି ଦିଆଯାଇ ନଥିଲା।

Leave A Reply

Your email address will not be published.