ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ ଖଡ଼ଗେ ସଭାପତି ହେବେ କି ଶଶୀ ଥରୁର । ଆଜି 24 ବର୍ଷ ପରେ କଂଗ୍ରେସ ଏହାର ପ୍ରଥମ ଅଣ-ଗାନ୍ଧୀ ସଭାପତି ପାଇବ। କଂଗ୍ରେସ ସଭାପତି ପଦ ପାଇଁ ଭୋଟ୍ ଗଣନା ଆଜି ବୁଧବାର ଦିନ ଅନୁଷ୍ଠିତ ହେବ। 24 ବର୍ଷ ପରେ ଗାନ୍ଧୀ ପରିବାର ବାହାରେ ଜଣେ ନେତା ଦେଶର ସର୍ବ ପୂରାତନ ଦଳର ସଭାପତି ଭାବରେ ନିର୍ବାଚିତ ହେବେ। ଆଜି ସକାଳ 10 ଟାରୁ ଭୋଟ୍ ଗଣତି ଆରମ୍ଭ ହେବ ଏବଂ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଦେଶର ସମସ୍ତ ମତଦାନ କେନ୍ଦ୍ରରୁ ବାଲାଟ ବାକ୍ସକୁ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟକୁ ଅଣାଯାଇଛି। ଭୋଟ ଗଣତି ଦଳର ମୁଖ୍ୟାଳୟରେ ହେବ। “
ଉଭୟ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ବ୍ୟତୀତ ସେମାନଙ୍କର ସମର୍ଥକମାନେ ଭୋଟ୍ ଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏବଂ କଂଗ୍ରେସର ସାରା ଦେଶର ବରିଷ୍ଠ ନେତାଙ୍କ ସମେତ ପ୍ରାୟ 9,500 ସଦସ୍ୟ ସୋମବାର ଦିନ ଦଳର ସଭାପତି ପାଇଁ ଭୋଟ ଦେଇଛନ୍ତି । ପ୍ରାୟ 96 ପ୍ରତିଶତ ସଦସ୍ୟ ଭୋଟ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି ।
Comments are closed.