Latest Odisha News

BREAKING NEWS

ପାଣି ପଞ୍ଚାୟତ ସମୀକ୍ଷା ବୈଠକରେ ବିଧାୟକଙ୍କ ଉଦବେଗ, ୮ ଦିନ ମଧ୍ୟରେ ତଥ୍ୟ ଦେବାକୁ ଅଧିକାରୀଙ୍କୁ ତାଗିଦ୍

ନୂଆପଡ଼ା: ୨୦୨୧ ମାର୍ଚ୍ଚ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ନୂଆପଡ଼ାର ୧୩ ହଜାର ୨୦୦ ହେକ୍ଟର ଚାଷଜମି ସହ ବଲାଙ୍ଗିରର ୧୬ ହଜାର ୭ ଶହ ହେକ୍ଟର ଜମି ଜଳ ସେଚିତ ହୋଇଥାନ୍ତା । ଯେଉଁଥିରେ ଉପକୃତ ହୋଇଥାନ୍ତେ ପ୍ରାୟ ୫୫ ହଜାର ଚାଷୀ ପରିବାର । ସେଥିପାଇଁ ୭୦ଗୋଟି ପାଣି ପଞ୍ଚାୟତ ଗଠନ ହୋଇଥିଲା । ହେଲେ ପାଣି ପଞ୍ଚାୟତ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଚାଷୀଙ୍କ ପାଇଁ କାଳ ସାଜିଛି । ପ୍ରକଳ୍ପ ଉଦଘାଟନର ଦେଢ଼ ବର୍ଷ ପରେ ବି ଜମିକୁ ପାଣି ମାଡ଼ି ପାରୁନି ।

ଲୋୟର ଇନ୍ଦ୍ର ଡ୍ୟାମ କର୍ତ୍ତୃପକ୍ଷଙ୍କ ପରିଚାଳନା ତ୍ରୁଟି ପାଇଁ ପାଣି ଅଧା ବାଟରେ ଅଟକି ରହିଛି । ଜମି ଜଳ ସେଚିତ ନ ହୋଇ ମରୁଡ଼ି ସ୍ଥିତି ଉପୁଜିଲାଣି । ଯାହାକୁ ନେଇ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ମୁଖ୍ୟଯନ୍ତ୍ରୀ. ଅଧିକ୍ଷଣ ଯନ୍ତ୍ରୀ ନଜର ଦେଉ ନାହାନ୍ତି । ଯାହାକୁ ନେଇ ସମୀକ୍ଷା ବୈଠକରେ ବର୍ଷିଛନ୍ତି ଖଡ଼ିଆଳ ବିଧାୟକ । ବିଧାୟକଙ୍କ ପ୍ରଶ୍ନ ବାଣରେ ବିଭାଗୀୟ ଅଧିକାରୀଙ୍କ ସହ କାମ ନେଇଥିବା କମ୍ପାନୀର ଅଧିକାରୀ ଥତମତ ହୋଇଛନ୍ତି ।

ଏହାକୁ ନେଇ ଖଡ଼ିଆଳ ବିଧାୟକ କ୍ଷୋଭ ପ୍ରକାଶ କରିବା ସହ ୮ ଦିନ ମଧ୍ୟରେ ସଠିକ୍ ତଥ୍ୟ ଦେବାକୁ କହିଛନ୍ତି । ଚାଷୀଙ୍କୁ ସୁଷମ ପାଣି ବଣ୍ଟନର ବ୍ୟବସ୍ଥା କରିବାକୁ କହିଛନ୍ତି । ମେଗା ଲିଫ୍ଟ ପ୍ରକଳ୍ପର ମ୍ୟାନେଜରଙ୍କୁ ବିଧାୟକ ତାଗିଦ୍ କରି କହିଛନ୍ତି ଏହି କଥା ଗୃହ କମିଟି ଓ ବିଧାନସଭାରେ ଉଠିବ । ତେବେ ଏନେଇ ପ୍ରକଳ୍ପ ସିସି କହିଛନ୍ତି, ମୁଁ ନୂଆ ଆସିଛି ଯଥା ଶୀଘ୍ର ଚାଷୀଙ୍କ ସମସ୍ୟାର ସମାଧାନ କରାଯିବ ।

Leave A Reply

Your email address will not be published.