Latest Odisha News

ସୋମବାର ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ , ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ  : ଶ୍ରୀମନ୍ଦିରରେ ହେବ ଖସାପଡା ନୀତି । ବନ୍ଦ ରହିବ ସାଧାରଣ ଦର୍ଶନ । ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡା ନୀତି ଅନୁଷ୍ଠିତ ହେବ । ଏନେଇ ସାଧାରଣ ଦର୍ଶନ ବନ୍ଦ ରହିବ ।ଅପରାହ୍ନ ୪ ଟାରୁ ରାତି ୮ ଯାଏଁ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହା ଏକ ଗୁପ୍ତ ନୀତି । ଠାକୁରଙ୍କ ଭୋଗ  ସରିବା ପରେ ଏହି ନୀତି ଅନୁଷ୍ଠିତ ହେବ । ଠାକୁରଙ୍କ ସମସ୍ତ ନୀତିକାନ୍ତି ସରବା ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Leave A Reply

Your email address will not be published.