ମୁମ୍ବାଇ: ଲୋକପ୍ରିୟ ଟିଭି ଶୋ ‘ଖତ୍ରୋଁ କେ ଖିଲାଡି ସିଜିନ୍୧୩ ନିକଟରେ ଆରମ୍ଭ ହୋଇଛି । ଏହି ଶୋକୁ ପ୍ରଶଂସକମାନେ ଖୁବ୍ ଉତ୍ସାହର ସହିତ ଅପେକ୍ଷା କରିଥିଲେ । କାରଣ ଏହି ଶୋକୁ ଲୋକେ ଖୁବ୍ ପସନ୍ଦ କରନ୍ତି । ଏହ ଶୋରେ ଟିଭି ଏବଂ ସିନେମା ଜଗତର ଜଣାଶୁଣା ସେଲିବ୍ରିଟିମାନେ ରୋହିତ ଶେଟ୍ଟୀଙ୍କ ଏହି ବିପଜ୍ଜନକ ଶୋ’ରେ ଷ୍ଟଣ୍ଟ ଦେଖାଇବେ ।ଏହି ଶୋ’ର ସୁଟିଂ ଦକ୍ଷିଣ ଆଫ୍ରିକାର କେପଟାଉନରେ ଜୋରସୋରରେ ଚାଲିଛି ।
ଶୋ’ର ପ୍ରଥମ ଷ୍ଟଣ୍ଟ୍ ସୁଟ୍ କରାଯାଇଥିଲା, ଯେଉଁଥିରେ ରୋହିତ ରୟ ପ୍ରଥମ ପ୍ରତିଯୋଗୀ ସାଜିଥିଲେ । ଏଭଳି ପରିସ୍ଥିତିରେ ରୋହିତ ରୟଙ୍କୁ ପ୍ରଥମେ ଡକାଯାଇଥିଲା । ତାଙ୍କୁ କ’ଣ କରିବାକୁ ପଡ଼ିବ ତାହା ବୁଝାଇ ଦିଆଯାଇଥିଲା । ତାଙ୍କୁ ପ୍ରବଳ ଥଣ୍ଡା ପାଣିରେ ଷ୍ଟଣ୍ଟ କରିବାର ଥିଲା । ଯେତେବେଳେ ରୋହିତ ଏହି କାର୍ଯ୍ୟ ବିଷୟରେ ଶୁଣିଲେ, ସେତେବେଳେ ତାଙ୍କର ହୋସ୍ ଉଡ଼ିଗଲା ଏବଂ ସେ ଥରିବାକୁ ଲାଗିଲେ । ଷ୍ଟଣ୍ଟ୍ ଆରମ୍ଭ କରିବା ପୂର୍ବରୁ ରୋହିତ ବହୁତ ଡରି ଯାଇଥିଲେ ଏବଂ ଚିନ୍ତାରେ ଥରୁଥିଲେ । ଶେଷରେ ମନରେ ସାହସ ଜୁଟାଇ ନିଜର ଷ୍ଟଣ୍ଟ ପୂରା କରିଥିଲେ ।
Comments are closed.