Latest Odisha News

ପାକିସ୍ତାନ ଉପରେ ଲାଇଭ୍ ସୋ’ରେ ବର୍ଷିଲେ ହରଭଜନ

ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଆୟୋଜିତ ହେବ। ମ୍ୟାଚ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ ହରଭଜନ ସିଂଙ୍କ ଏକ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୂଚନା ଅନୁଯାୟୀ, ହରଭଜନ ସିଂ ପାକିସ୍ତାନର ଲାଇଭ୍ ସୋ’ରେ ଜୋରଦାର ବର୍ଷିଛନ୍ତି। ସେ କହିଛନ୍ତି ଯେ, “ଯଦି ଆମର ଖେଳାଳି ମାନେ ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି, ତେବେ ଆମେ ଟିମ୍ ପଠାଇବୁ ନାହିଁ। ଯଦି ଆପଣ ଖେଳିବାକୁ ଚାହାଁନ୍ତି, ତେବେ ଖେଳନ୍ତୁ, ଯଦି ଖେଳିବାକୁ ଚାହୁଁନାହାଁନ୍ତି, ତେବେ ଖେଳନ୍ତୁ ନାହିଁ। ପାକିସ୍ତାନ ବିନା ଭାରତୀୟ କ୍ରିକେଟ ବଞ୍ଚିପାରିବ। ଯଦି ଆପଣମାନେ ଭାରତୀୟ କ୍ରିକେଟ୍ ବିନା ବଞ୍ଚିପାରିବେ, ତେବେ ତାହା କରନ୍ତୁ”।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧ ତାରିଖରେ ଭାରତ-ପାକିସ୍ତାନ ମ୍ୟାଚ ହୋଇଥାନ୍ତା। କିନ୍ତୁ ଏଯାଏଁ ପାକିସ୍ତାନ ଯିବ ବୋଲି ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ସେପଟେ ଆଇସିସି ସୂଚୀ ଅନୁସାରେ ୮ଟି ଟିମ୍ ଫେବ୍ରୁଆରି ୧୯ରୁ ମାର୍ଚ୍ଚ ୯ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ପାଇଁ ମୁକାବିଲା କରିବେ। ଶେଷ ଥର ପାଇଁ ୨୦୦୮ରେ ପାକିସ୍ତାନ ଗସ୍ତରେ ଯାଇଥିଲା ଭାରତୀୟ କ୍ରିକେଟ ଟିମ୍।

Comments are closed.