Latest Odisha News

କ୍ରୀଡା ମନ୍ତ୍ରଣାଳୟକୁ ମିଳିଲା ୩୪୪୨.୩୨ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ ୨୦୨୪-୨୫ରେ ସରକାର କ୍ରୀଡା ବିଭାଗ ପ୍ରତି ହାତ ଖୋଲି ଦେଇଛନ୍ତି । କ୍ରୀଡା ମନ୍ତ୍ରଣାଳୟ ପାଇଁ ଓଭରାଲ ୩୪୪୨.୩୨ କୋଟି ଟଙ୍କାର ମଞ୍ଜୁର କରାଯାଇଛି । ଗତ ବର୍ଷ ତୁଳନାରେ ୪୫.୩୬ କୋଟି ଟଙ୍କା ଅଧିକ ମଞ୍ଜୁର କରାଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସରକାରଙ୍କ ମହତ୍ୱପୂର୍ଣ୍ଣ ଯୋଜନା ଖେଲୋ ଇଣ୍ଡିଆକୁ ଗତ ବର୍ଷ ତୁଳନାରେ ଅଧିକ ଅର୍ଥ ପ୍ରଦାନ କରାଯାଇଛି । ଗତ ବର୍ଷ ୮୮୦ କୋଟି ଟଙ୍କା ଦିଆ ଯାଇଥିବା ବେଳେ ଏଥର ଏହାକୁ ୯୦୦କୁ ବୃଦ୍ଧି କରାଯାଇଛି । ୨୬ ଜୁଲାଇରୁ ୧୧ ଅଗଷ୍ଟ ପର୍ଯ୍ୟନ୍ତ ପ୍ୟାରିସ ଅଲିମ୍ପିକ୍ସ ଆୟୋଜିତ ହେବ ।

ଏହା ପରେ ରାଜ୍ୟଗୋଷ୍ଠୀ କ୍ରୀଡା ଓ ଏସୀୟ କ୍ରୀଡା ପାଇଁ ଅଧିକ ସମୟ ଥିବାରୁ ଅର୍ଥ ମନ୍ତ୍ରୀ ଗତ ଥର ତୁଳନାରେ ସାମାନ୍ୟ ବୃଦ୍ଧି କରିଛନ୍ତି । ୨୦୨୨-୨୩ରେ ୫୯୬.୩୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୨୦୨୩-୨୪ରେ ଏହାକୁ ୧୦୦୦ କୋଟିକୁ ବୃଦ୍ଧି କରାଯାଇଥିଲା । ପରେ ଏଥିରେ ସଂଶୋଧିକ କରାଯାଇ ୮୮୦ କୋଟି ଟଙ୍କା ରଖା ଯାଇଥିଲା । କେଆଇୱାଇଜି, କେଆଇଏସିଇ, ଏନଏସଏଫ, ନାଡା, ଏନଡିଟିଏଲର ବଜେଟରେ ମଧ୍ୟ ବୃଦ୍ଧି କରାଯାଇଛି । ନାଡାର ବଜେଟ ୨୧.୭୩ରୁ ୨୨.୩୦କୁ ଓ ଏନଡିଟିଏଲର ୧୯.୫୦ରୁ ୨୨ କୋଟିକୁ ବୃଦ୍ଧି କରାଯାଇଛି ।

Comments are closed.