Latest Odisha News

BREAKING NEWS

ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗ: ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରୋଡ ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ପଞ୍ଜାବର ଅଟ୍ଟାରୀରେ ଏହି ଲିଗ ଆୟୋଜିତ ହେଉଛି । ଉତରାଂଚଳ ବିଭାଗ ମୁକାବିଲାରେ ସେ ୨୭ ମିିନଟ ୧୧.୧୯୮ ସେକେଣ୍ଡ ସମୟ ନେଇ ୨୦କିମି ବ୍ୟକ୍ତିଗତ ଟାଇମ ଟ୍ରାଏଲ ଇଭେଂଟରେ ରେସ ସମ୍ପୂର୍ଣ୍ଣ କରିଥିଲେ । ହରିୟାଣାର ମୀନାକ୍ଷୀ(୨୭:୨୯.୮୬୨) ଓ ମହାରାଷ୍ଟ୍ରର ସଂସ୍କୃତି ସୁଧୀର ଖେସେ( ୨୯:୧୯.୪୩୫) ସମୟ ନେଇ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ୨୩ ବର୍ଷୀୟା ସ୍ୱସ୍ତିଙ୍କ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ଓ ଓଭରାଲ ୮ମ ଖେଲୋ ଇଣ୍ଡିଆ ପଦକ ।

ବୁଧବାର ସେ ମାସ ଷ୍ଟାର୍ଟ ଇଭେଂଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟରେ ରହିଛନ୍ତି । ରାଉରକେଲା ସାଇକ୍ଲିଷ୍ଟ ସ୍ୱସ୍ତି ପଟିୟାଲାର ସାଇ ସେଂଟରରେ ପ୍ରଶିକ୍ଷଣ ନେଉଛନ୍ତି । କୋଚ ଯୋଗୀନ୍ଦର ସିଂ ମଧ୍ୟ ସ୍ୱସ୍ତି ଆଗାମୀ ଦିନରେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ତେବେ ଓଡିଶା କୋଚ ସୁଶୀଲ କୁମାର ଦାସ ଓ ରାଉରକେଲା ଷ୍ଟିଲ ପ୍ଲାଂଟ ପ୍ରଥମେ ସ୍ୱସ୍ତିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ । ୨୦୧୮ ପରଠାରୁ ସେ ଏବେ ୬ ଆନ୍ତର୍ଜାତୀୟ ଓ ୪୩ ଜାତୀୟ ପଦକ ହାସଲ କରି ସାରିଛନ୍ତି ।

Comments are closed.