Latest Odisha News

BREAKING NEWS

ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିଲା, ଖରସୋନରେ ହାଇ ଆଲର୍ଟ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ମଙ୍ଗଳବାର ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗି ଯାଇଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛନ୍ତି । ରଏଟର୍ସ ରିପୋର୍ଟ ଅନୁସାରେ ଖରସୋନାରେ ଏହାର ପାଣି ପଶିବାରୁ ହାଇ ଆଲର୍ଟ ଜାରୀ କରାଯାଇଛି । ଏବେ ୮୦ ଗ୍ରାମ ବିପଦରେ ପଡିଛି । ଉତର ୟୁକ୍ରେନର ନାଇପର ନଦୀ ଉପରେ ନିର୍ମିତ ଏହି ଡ୍ୟାମ ରୁଷ ଅଧିକୃତ ଅଂଚଳରେ ରହିଛି । ରୁଷ ସେନା ଉଦ୍ଦେଶ୍ୟମୂଳକ ଭାବେ ଏହା ଉପରେ ଆକ୍ରମଣ କରିଛନ୍ତି ବୋଲି ୟୁକ୍ରେନ ଅଭିଯୋଗ କରିଛି । ୧୯୫୬ରେ ଏହି ଡ୍ୟାମ ନିର୍ମିତ ହୋଇଥିଲା । ଏହା ୩୦ ମିଟର ଲମ୍ବ ଓ ୩.୨ କିମି ଅଂଚଳ ପର୍ଯ୍ୟନ୍ତ ପରିବ୍ୟାପ୍ତ ।

ଏଥିରୁ କ୍ରିମିୟା ଓ ଜପେରେଜିୟା ନ୍ୟୁକ୍ଲିୟର ପ୍ଲାଂଟକୁ ପାଣି ଯୋଗା ଯାଇଥାଏ । ୧୯୪୧ରେ ହିଟଲର ସେନାକୁ ରୋକିବା ପାଇଁ ଏହି ବନ୍ଧକୁ ଭାଙ୍ଗି ଦିଆ ଯାଇଥିଲା । ତେବେ ଆକ୍ରମଣ ଯୋଗୁ ଏବେ ଏହି ବନ୍ଧ ଭାଙ୍ଗିଛି କିମ୍ବା ଅନ୍ୟ କୌଣସି କାରଣ ପାଇଁ ତାହା ସ୍ପଷ୍ଟ ହୋଇ ନାହିଁ । ରୁଷ ପକ୍ଷରୁ ଏ ନେଇ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.