Latest Odisha News

BREAKING NEWS

ଶ୍ରୀଜଗନ୍ନାଥଙ୍କ ଦାରୁପ୍ରାପ୍ତି ସ୍ଥାନ ଦଧିମାଛ ଗାଡିଆରେ ରଥଯାତ୍ରା

ଖୋର୍ଦ୍ଧା: ଶ୍ରୀଜଗନ୍ନାଥଙ୍କ ଦାରୁ ପ୍ରାପ୍ତି ହୋଇଥିବା ସ୍ଥାନ ଖୋର୍ଦ୍ଧା ଜିଲ୍ଲାସ୍ଥିତ ଦଧିମାଛ ଗାଡ଼ିଆଠାରେ ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀଜଗନ୍ନାଥ ମନ୍ଦିରରୁ ରଥ ବାହାରି ହନୁମାନ ମନ୍ଦିର ନିକଟକୁ ଯାଇଥିଲା । ରଥରେ ଶ୍ରୀଜିଉଙ୍କ ପହଣ୍ଡି ହେବା ପରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରାପହଁରା ସଂପାଦିତ ହୋଇଥିଲା । ପୁରୀ ଶ୍ରୀକ୍ଷେତ୍ରସ୍ଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାରୁ ସଂଗ୍ରହ ହୋଇଥିବା ଦଧିମାଛଗାଡ଼ିଆ ଶ୍ରୀଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିବା ଏହି ରଥଯାତ୍ରା ଦେଖିବାକୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଚଦୁର୍ଦ୍ଧା ମୂର୍ତ୍ତି ଥିବା ଏହି ରଥ ଚାଲୁଥିବା ସମୟରେ କାହାଳୀ, ମୃଦଙ୍ଗ, ସଂକୀର୍ତ୍ତନର ତାଳେ-ତାଳେ ଅପୂର୍ବ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ରଥଯାତ୍ରା ଉତ୍ସବକୁ ଭୁବନ ବିହାରୀ ପଟ୍ଟନାୟକ, ସହଦେବ ବିଶ୍ୱାଳ, ମଦନ ବିଶ୍ୱାଳ, ଲିଟୁ, ରିଲା ଆଦି ପରିଚାଳଣା କରିଥିଲେ ।

Leave A Reply

Your email address will not be published.