Latest Odisha News

କୁଳଭୂଷଣଙ୍କ ଫାଶୀ ଦଣ୍ଡକୁ ରହିତାଦେଶ ଦେଲେ ଆଇସିଜେ

ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ ସଫଳତା । ପାକିସ୍ତାନ ଜେଲରେ ବନ୍ଦିଥିବା ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶୀ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଛନ୍ତି ଅନ୍ତରାଷ୍ଟ୍ରୀୟ ଅଦାଲତ (ଆଇସିଜେ) ।

ସୂଚନା ମୁତାବକ ଅନ୍ତରାଷ୍ଟ୍ରୀୟ ଅଦାଲତରେ ଉପସ୍ଥିତ ଥିବା ୧୬ ଜଣ ବିଚାରପତିଙ୍କ ମଧ୍ୟରୁ ୧୫ ଜଣ ଭାରତ ସପକ୍ଷରେ ରହିଥିବା ବେଳେ ପାକିସ୍ତାନକୁ ଏହି ମାମଲାରେ ଆହୁରି ସମୀକ୍ଷା କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବ ସୂଚନା ଅନୁଯାୟୀ ଭାରତୀର ପୂର୍ବତନ ନୌସେନା ଅଧିକାରୀ କୂଳଭୂଷଣ ଯାଦବଙ୍କୁ ପାକିସ୍ତାନ ବଳପୂର୍ବକ ଅପରାଧୀ ରୂପେ ଦଣ୍ଡିତ କରି ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲା । ଯାହାକୁ ଭାରତ ବିରୋଧ କରିବା ସହିତ ଏହି ଘଟଣାକୁ ଆଇସିଜେରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲା ।

Comments are closed.