Latest Odisha News

BREAKING NEWS

ବେଆଇନ ଗୁଟ୍‌ଖା ଚାଲାଣବେଳେ ମାଡି ବସିଲା ପୋଲିସ

ଆଠଗଡ଼: ପିକ୍ଅପ ଭ୍ୟାନରେ ବେଆଇନ ଗୁଟ୍‌ଖା ଚାଲାଣବେଳେ ମାଡ଼ି ବସିଲା କଟକ ଖୁଣ୍ଟୁଣୀ ପୋଲିସ । ଗାଡିରୁ ଜବତ ହେଲା ୩୭ବସ୍ତା ଗୁଟୁଖା ସହ ୧୬ଲକ୍ଷ ୫୪ହଜାର ଟଙ୍କା । ଢେଙ୍କାନାଳରୁ କଟକ ଆସୁଥିବା ବେଳେ ଖୁଣ୍ଟୁଣୀ ନିକଟରେ ଜବତ କଲା ପୋଲିସ । ୨ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ଗାଡିଟି ଢେଙ୍କାନାଳ ପଟୁ କଟକ ଅଭିମୂଖେ ଯାଉଥିବାବେଳେ ବିଶେଷ ସୂତ୍ରରୁ ଖବରପାଇ ରାସ୍ତାରେ ଜଗିଥିଲା ଖୁଣ୍ଟୁଣୀ ପୋଲିସ। ପିକଅପ୍ ଭ୍ୟାନକୁ ଅଟକ ରଖି ସେଥିରୁ ୩୭ ବସ୍ତା ଗୁଟଖା ସହ ୧୬ ଲକ୍ଷ ୫୪ ହଜାର ଟଙ୍କା ଜବତ କରିଛି ପୋଲିସ । ଏଥିସହ ୨ଜଣ ମାଫିଆଙ୍କୁ ଅଟକ ରଖିବା ସହ ସେମାନଙ୍କ ଠାରୁ ମଧ୍ୟ ୫ଲକ୍ଷ ୮୫ ହଜାର ଜବର କରିଛି ପୋଲିସ । ମୋଟ ୨୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ସହ ୩୭ ବସ୍ତା ଗୁଟ୍‌ଖା ଜବତ କରିଛି ଖୁଣ୍ଟୁଣୀ ପୋଲିସ । ତେବେ ବେଆଇନ୍ ଭାବେ ଗୁଟଖା ଚାଲାଣ ହେଉଥିବା ବେଳେ ମାଡ଼ିବସିଲା ଖୁଣ୍ଟୁଣି ପୋଲିସ ।

 

Comments are closed.