Latest Odisha News

BREAKING NEWS

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା: ରାଜ୍ୟ ପ୍ରଶାସନିକ ସ୍ତରରେ ଛୋଟ ଧରଣର ଅଦଳବଦଳ । ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ । ତାଙ୍କୁ ବ୍ରହ୍ମପୁରର ଅତିରିକ୍ତ ଚକବନ୍ଦୀ କମିଶନ ଭାବରେ ବଦଳି କରାଯାଇଛି ।

ସୀତାଂଶୁ କୁମାର ରାଉତଙ୍କ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲାପାଳ ଭାବରେ ସନତ କୁମାର ମହାନ୍ତିଙ୍କ ମିଳିଛି ନୂଆ ନିଯୁକ୍ତି । ସେ ଅନୁସୂଚିତ ଜାତି ଓଜନଜାତି ବିକାଶ ବିଭାଗ ସଚିବ ଅଛନ୍ତି ।

ଏହାସହ ଆଇଏଏସ୍ ଅଫିସର କୀର୍ତ୍ତି ଭାସନଙ୍କୁ ଗଞ୍ଜାମ ଜିଲ୍ଲାର କୋଭିଡ୍ ପରିଚାଳନା ଓଏସଡି ଭାବରେ ନିଯୁକ୍ତି ମିଳିଛି । ଶୁଭଙ୍କର ମହାପାତ୍ରଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବରେ ମିଳିଛି ନିଯୁକ୍ତି ।

ଆଇଏଏସ୍ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ସମ୍ୱଲପୁର ଉପଜିଲ୍ଲାପାଳ ଓ ଆଇଏଏସ୍ ଜେ. ସୋନାଲ୍ ଗଜପତି ଜିଲ୍ଲା କୋଭିଡ୍ ପରିଚାଳନା ଓଏସଡି ଭାବରେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.