Latest Odisha News

ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଗିରଫ

ଭୁବନେଶ୍ବର : ଶେଷରେ ଗିରଫ ହେଲେ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ । ମାନସଙ୍କୁ ଭୁବନେଶ୍ବର ସ୍ଥିତ ବାସଭବନରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ । ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ମାନସଙ୍କ ନାଁରେ ନିର୍ଯାତନା ଓ ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି । ଏହାଛଡ଼ା ଅଡବ ଗାଁରେ ବାପ-ପୁଅଙ୍କୁ ଘରେ ପୂରାଇ ମାଡ଼ ମାରିବାର ଅଭିଯୋଗ ମଧ୍ୟ ତାଙ୍କ ବିରୋଧରେ ରହିଛି ।

ବାପ-ପୁଅଙ୍କୁ ନିସ୍ତୁକ ମାଡ ମରା ଭିଡିଓ ଭାଇରାଲ ହେବା ପରେ ମାନସ ଦାସଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହେଉଥିଲା । ଏପରିକି ତାଙ୍କ ସଙ୍ଗଠନ ନାଁରେ ମଧ୍ୟ ଅଭିଯୋଗ ହୋଇ ଆସୁଥିଲା । ପୂରା ଘଟଣା ଉପରୁ ପର୍ଦ୍ଦା ଉଠିବା ପରେ ମାନସ ଦାସଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଥିଲା । ଖାଲି ସେିକି ନୁହେଁ ବିଭିନ୍ନ ଆିଦାବାସୀ ସଙ୍ଗଠନ ମଧ୍ୟ ମାନସ ଦାସଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ଶେଷରେ ଖୋର୍ଦ୍ଧା ପୋଲିସ ମାନସ ଦାସଙ୍କୁ ଗିରଫ କରିଛି ।

ମାନସ ଦାସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ବି ଗିରଫ କରିଛି ଖୋର୍ଦ୍ଧା ପୋଲିସ । ମାନବବାଦ ସଙ୍ଗଠନ ନାଁରେ ଖୋର୍ଦ୍ଧାରେ ଏମାନେ ଚଳାଇଥିଲେ ଆତଙ୍କରାଜ । ମାନସ ଦାସଙ୍କ ନାଁରେ ଲାଗିଛି ୩୬୩, ୩୬୪, ୩୦୨, ୨୦୧, ୧୨୦-ବି, ୧୦୯, ୩୪ ଭଳି ସଙ୍ଗୀନ ଦଫା ଲାଗିଛି । ସେହିପରି ତାଙ୍କ ପୁଅ ମନୋରଞ୍ଜନଙ୍କ ବିରୋଧରେ ମଧ୍ୟ ଆଇପିସିର ଦଫା ୩୬୩, ୩୦୭. ୩୨୩, ୧୦୯ ଭଳି ଦଫା ଲାଗିଛି ।

Comments are closed.