ମୁମ୍ବାଇ: ବଲିଉଡ ଦିବ୍ୟଗଂତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଏବେ ଚର୍ଚ୍ଚାରେ । ଖୁସି ସିଙ୍ଗର ଏପି ଧିଲ୍ଲନଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଖୁସି ଓ ଏପି ଧିଲ୍ଲନଙ୍କୁ ଅନେକ ସମୟରେ ଏକାଠି ନଜର ଆସୁଛନ୍ତି । ଏଥିସହିତ ଏପି ଧିଲ୍ଲନ ନିଜ ଗୀତ ‘ଟୁ ଷ୍ଟୋରିଜ’ରେ ଖୁସିଙ୍କ କଥା ଉଠାଇଛନ୍ତି ।
ଖୁସି ଏବେ ଆଉ ଏକ କାରଣ ପାଇଁ ବି ସେ ଚର୍ଚ୍ଚାକୁ ଆସିଛନ୍ତି । ସେ ବଲିଉଡରେ ଡେବ୍ୟୁ କରିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଜୋୟା ଅଖତରଙ୍କ ଫିଲ୍ମ ‘ଦ ଆର୍ଚିଜ’ ମାଧ୍ୟମରେ ସେ ବଲିଉଡରେ ଲଣ୍ଟ୍ରିି କରିବାକୁ ଯାଉଛନ୍ତି । ଏଥିସହିତ ଏହି ଫିଲ୍ମ ଜରିଆରେ ଅନେକ ନୂଆ କଳାକାର ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିବେ । ଯେମିତି କି ଶାହାରୁଖ ଖାଁଙ୍କ ଝିଅ ସୁହାନା, ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦାବି ଏହି ଫିଲ୍ମରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ସେମାନେ ନିଜ ନିଜ ଭାଗ୍ୟ ପରୀକ୍ଷା କରିବେ ।
Comments are closed.