Latest Odisha News

ଖେଲୋ ଇଣ୍ଡିଆ ସାଇକ୍ଲିଂ ଲିଗ: ଟ୍ରାକ ଇଭେଂଟରେ ସ୍ୱସ୍ତି ଜିତିଲେ ସ୍ୱର୍ଣ୍ଣ

ଭୁବନେଶ୍ୱର: ପଞ୍ଜାବର ଅମ୍ରିତସରରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ସାଇକ୍ଲିଂ ଲିଗରେ ଓଡିଶାର ସ୍ୱସ୍ତି ସିଂ ଟ୍ରାକ ଇଭେଂଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଉତରାଂଚଳ ଟ୍ରାକ ଇଭେଂଟର ୫୦୦ ମିଟର ବ୍ୟକ୍ତିଗତ ଇଭେଂଟରେ ସେ ୪୦.୦୯୬ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରି ସ୍ୱର୍ଣ୍ଣ ଜିତିଥିଲେ । ୨୦୦ ମିଟର ସ୍ପ୍ରିଂଟରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ସେ ୧୩.୪୧୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଏହା ପୂର୍ବରୁ ଉତରାଂଚଳ ରୋଡ ଇଭେଂଟରେ ସେ ୨ଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ । ରାଉରକେଲାର ୨୩ ବର୍ଷୀୟା ସ୍ୱସ୍ତି ଖେଲୋ ଇଣ୍ଡିଆ ଗେମ୍ସରେ ଓଭରାଲ ୧୯ ପଦକ ହାସଲ କରିଛନ୍ତି ।

ଏଥିରେ ୬ ସ୍ୱର୍ଣ୍ଣ, ୧୨ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ସେ ୧୦ଟି ପଦକ ଜିତି ସାରିଛନ୍ତି । ପଟିୟାଲାର ସାଇ ନ୍ୟାଶନାଲ ସେଂଟର ଅଫ ଏକ୍ସସେଲନ୍ସରେ ପ୍ରଶିକ୍ଷଣ ନେଉଛନ୍ତି । ଶନିବାର ସ୍ୱସ୍ତିଙ୍କ ନିକଟରେ ଆହୁରି ୩ଟି ପଦକ ଜିତିବା ସୁଯୋଗ ରହିଛି । ଏହି ୩ଟି ବିଭାଗ ହେଲା ୩ କିମି ବ୍ୟକ୍ତିଗତ ପର୍ସ୍ୟୁଟ ଫାଇନାଲ, ସ୍କ୍ରାଚ ରେସ ଓ କେଇରିନ ।

Comments are closed.