ନୂଆଦିଲ୍ଲୀ: କିଆ ଭାରତୀୟ ବଜାରରେ ନୂଆ କମ୍ପାକ୍ଟ ଏସୟୁଭି Kia Syrosକୁ କଲା ଲଞ୍ଚ । ଏହି ଏସୟୁଭିକୁ ଡିସେମ୍ବର ୨୦୨୪ରେ କମ୍ପାନୀ ପ୍ରଦର୍ଶିତ କରିଥିଲା । ଏହା ୬-ଭ୍ୟାରିଆଣ୍ଟ ଏବଂ ୮ କଲର ଅପସନ୍ ସହ ଲଞ୍ଚ କରାଯାଇଛି । Kia Syrosର ଏକ୍ସ-ସୋରୁମ୍ ମୂଲ୍ୟ ୮.୯୯ ଲକ୍ଷ ଟଙ୍କା ରହିଛି ।
ଭାରତରେ ଏହାର ଏକ୍ସ ଶୋ’ରୁମ ମୂଲ୍ୟ ୮,୯୯,୯୦୦ ଟଙ୍କାରୁ ଆରମ୍ଭ ହୋଇ ଟପ୍ ମଡେଲ୍ରେ ୧୬,୭୯,୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । କମ୍ପାନୀ ଗତ ଜାନୁଆରୀ ତିନି ତାରିଖରୁ ପଚିଶି ହଜାର ଟଙ୍କା ଟୋକନ ରାଶି ସହିତ ଏହାର ବୁକିଂ ଆରମ୍ଭ କରିଥିଲା ।
https://x.com/KiaInd/status/1885508372692177175
Kia Syros ରେ ପ୍ୟାସେଞ୍ଜରର ସେଫ୍ଟି ପାଇଁ ୬-ଏୟାରବ୍ୟାଗ୍, EBD ସହିତ ABS, ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍, ଟାୟର ପ୍ରେସର ମନିଟରିଙ୍ଗ ସିଷ୍ଟମ, ISOFIX ଚାଇଲ୍ଡ ସିଟ୍ ସାଉଣ୍ଟ, ୩୬୦-ଡିଗ୍ରୀ କ୍ୟାମେରା, ଡୁଆଲ ଡ୍ୟାସକ୍ୟାମ୍ ସେଟଅପ୍, ଅଟୋ ହୋଲ୍ଡ ସହିତ ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ଏବଂ ଲେଭଲ- 2 ADAS ଭଳି ଆଡଭାନ୍ସ ଫିଚର ରହିଛି ।
Kia Syrosକୁ ୬-ଭ୍ୟାରିଆଣ୍ଟରେ ଲଞ୍ଚ କରାଯାଇଛି । ସେଗୁଡିକ ହେଲା HTK, HTK (O), HTK+, HTX, HTX+ ଏବଂ HTX+ (O) । ଏହି କାରରେ 8 କଲର ଅପସନ ଯେଉଁଥିରେ ବ୍ଲାକ୍ ପର୍ଲ, ଲାଲ, ବ୍ଲୁ, ଅଲିଭ୍, ହ୍ବାଇଟ୍ ପର୍ଲ, ସ୍ପାର୍କଲିଂ ସିଲଭର, ଗ୍ରାଭିଟି ଗ୍ରେ ଓ ଇମ୍ପେରିଆଲ ବ୍ଲୁ ସାମିଲ ।
ଏଥିରେ ୧୨.୩ ଇଞ୍ଚର ଡିଜିଟାଲ ଡ୍ରାଇଭର ଡିସପ୍ଲେ, ୱାୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଳ୍ କାରପ୍ଲେ ସହିତ ୧୨.୩ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେନ୍ମେଣ୍ଟ ସିଷ୍ଟମ ରହିଛି । ଏହା ସହିତ କ୍ଲାଇମେଟ୍ କଣ୍ଟ୍ରୋଲ୍ ପାଇଁ ୫-ଇଞ୍ଚର ଟଚସ୍କ୍ରିନ୍, ୱାୟରଲେସ୍ ଫୋନ୍ ଚାର୍ଜର ଭେଣ୍ଟଲେଟେଡ୍ ଫ୍ରଣ୍ଟ ଏବଂ ରିୟର ସିଟ୍, ୪-ପାୱାର-ଆଡଜଷ୍ଟେବଳ୍ ଡ୍ରାଇଭର ସିଟ୍, ୮-ସ୍ପିକର ହରମନ/ କାର୍ଡନ ସାଉଣ୍ଡ ସିଷ୍ଟମ, ସନରୁଫ୍ ପରି ଫିଚର୍ସ ଦେଇଛି ।
Kia Syrosର ଡିଜାଇନ୍ ଫ୍ଲାଗସିପ୍ ଇଲେକ୍ଟ୍ରିକ୍ SUV EV9 ଦ୍ବାରା ପ୍ରେରିତ ହୋଇଛି । ଏହି ଏସୟୁଭିରେ ୧.୫ ଲିଟର ଡିଜେଲ ଇଞ୍ଜିନ ବିକଳ୍ପ ମିଳୁଥିବା ବେଳେ ଏହା ୧୧୫bhp ପାୱାର ଓ ୨୫୦nm ଟର୍କ ଜେନେରେଟ୍ କରିଥାଏ । ଏହି କାରରେ ଗ୍ରାହକ ୧.୦ ଲିଟର ଟର୍ବୋ-ପେଟ୍ରୋଲ ଇଞ୍ଜିନ ସହିତ କିଣିପାରିବେ । ପେଟ୍ରୋଲ ଇଞ୍ଜିନ ସହିତ ଆସୁଥିବା ମାନୁଆଲ୍ ଟ୍ରାନ୍ସମିଶନ ଭାରିଏଣ୍ଟର ୧ ଲିଟର ତେଲରେ ୧୮.୨୦ କିଲୋମିଟର ଯାଇପାରେ ।
Comments are closed.