Latest Odisha News

BREAKING NEWS

ଏହି ମହାନ ଅଭିନେତ୍ରୀଙ୍କ ବାୟୋପିକରେ ନଜର ଆସି ପାରନ୍ତି କିୟାରା ଆଡଭାନୀ

ମୁମ୍ବାଇ: ବଲିଉଡର ମହାନ ଅଭିନେତ୍ରୀ ତଥା ଟ୍ରାଜେଡି କୁଇନ ଭାବେ ପରିଚିତ ମୀନା କୁମାରୀଙ୍କ ବାୟୋପିକ ନେଇ ମେକର୍ସ ଉଦ୍ୟମ ଆରମ୍ଭ କରିଛନ୍ତି । ମୀନା କୁମାରୀଙ୍କ ଭୂମିକା କିଏ କରିବେ ସେ ନେଇ ଭିନ୍ନ ଭିନ୍ନ ହିରୋଇନଙ୍କ ନାମ ଆଲୋଚନାକୁ ଆସିଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ମୀନା କୁମାରୀଙ୍କ ଭୂମିକା ପାଇଁ କିୟାରା ଆଡଭାନୀଙ୍କ ସହ ଯୋଗଯୋଗ କରାଯାଇଛି । ଏପରିକି ଏଥିପାଇଁ ତାଙ୍କୁ ଚୟନ କରାଯାଇଥିବା ଖବର ମଧ୍ୟ ପ୍ରକାଶ ପାଇଛି । ସିଦ୍ଧାର୍ଥ ପି ମାଲହୋତ୍ରା, ସାରେଗାମା ଓ ଅମରୋହୀ ପରିବାରଙ୍କ ସହ ମିଶି ଏହି ଫିଲ୍ମ ପାଇଁ ରାଇଟ୍ସ ହାତେଇଛନ୍ତି ।

କିୟାରାଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏ ନେଇ କୌଣସି ସୂଚନା ଦିଆଯାଇ ନାହିଁ । କିୟାରାଙ୍କ କ୍ୟାରିୟରରେ ଏହି ଫିଲ୍ମ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ମୀନା କୁମାରୀଙ୍କ ଭୂମିକା ଯଦି କିୟାରା କରିବେ ତେବେ କମଲ ଅମରୋହୀ କିଏ ହେବେ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । କମଲଙ୍କ ଚରିତ୍ର ବିନା ଏହି ବାୟୋପିକ ଅସମ୍ପୂର୍ଣ୍ଣ ରହିବ । କିୟାରା ଏବେ ୱାର ୨, ଟକ୍ସିକ ଫିଲ୍ମରେ ନଜର ଆସିବେ ।

Comments are closed.