ମୟୂରଭଞ୍ଜ: ବହୁ ଚର୍ଚ୍ଚିତ ଶିକ୍ଷକ ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ପୁଲିସ ଅପହରଣ କରାଯାଇଥିବା ଶିକ୍ଷକଙ୍କୁ ଉଦ୍ଧାର କରିଥିବା ବେଳେ ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତ ସୌଭାଗ୍ୟ ଦାସ, ପ୍ରଭାତ କୁମାର ମହାନ୍ତି ଓ ବ୍ରହ୍ମାନନ୍ଦ ନାଏକଙ୍କୁ ପୁଲିସ ଅଟକ ରଖିଛି। ଏହି ଘଟଣାରେ ଜଣେ ନାବାଳକର ମଧ୍ୟ ସଂପୃକ୍ତି ଥିବା ସୂଚନା ମିଳିଛି।
କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ ବୁଧବାର ତାଳଚେରରୁ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ସହିତ ଏକ କାର ଜବତ କରିଛି। ତେବେ ଶିକ୍ଷକଙ୍କୁ ଅନ୍ଲାଇନ୍ ନେଟୱର୍କ ଟୋକନ୍ କାରବାର ନେଇ ଅପହରଣ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ଅଞ୍ଚଳରୁ ଜଣେ ମହିଳାକୁ ଅପହରଣ କରାଯାଇଥିଲା। ଅପହରଣକାରୀ ଓ ଶିକ୍ଷକ ଓ ତାଙ୍କ ନେଟୱାର୍କ ବ୍ୟବସାୟୀ କେତେକ ମେମ୍ବର କେନ୍ଦୁଝରସ୍ଥିତ ସାଗର ହୋଟେଲ୍ରେ ପ୍ରଥମ କରି ବୈଠକ କରିଥିଲେ। ପୂର୍ବରୁ ଏହି ଅପହରଣକାରୀ ଦଳ ଶିକ୍ଷକଙ୍କୁ ଟଙ୍କା ମାଗିଥିଲେ ଓ ଟଙ୍କା ନ ଦେଲେ ଅପହରଣ କରିବାକୁ ଧମକ ଦେଇଥିଲେ। ଘଟଣା ସମ୍ପର୍କରେ ଥାନାରେ ସୂଚନା ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ତେବେ ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରାଯାଇଛି।
Comments are closed.