Latest Odisha News

BREAKING NEWS

ଅପହୃତ୍ ଟ୍ରେଡର କେନ୍ଦ୍ରାପଡ଼ାରୁ ଉଦ୍ଧାର, ୭ ଅଭିଯୁକ୍ତ ଗିରଫ

କଟକ: ଜଣେ ବ୍ୟବସାୟୀଙ୍କ ଅପହରଣ ମାମଲାକୁ ତଦନ୍ତ କରି ମାତ୍ର ଦୁଇ ଦିନ ମଧ୍ୟରେ ପିଡୀତଙ୍କୁ ଉଦ୍ଧାର କରିଛି ପୋଲିସ। ଏଥିରେ ସଂପୃକ୍ତ ଥିବା ମୋଟ ୭ ଜଣ ଅପରାଧୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗିରଫ କରିଛି।

ଅପହୃତ୍ ବ୍ୟକ୍ତିଙ୍କ ନାମ ସୌମ୍ୟରଞ୍ଜନ ଏବଂ ତାଙ୍କ ବୟସ ୩୧ ବର୍ଷ ବୋଲି ଜଣାପଡିଛି। ତେବେ ତାଙ୍କୁ ମେ ୧୮ ତାରିଖ ସନ୍ଧ୍ୟାରେ କଟକ ଜିଲ୍ଲାର ବୟାଳିସ ମୌଜା ଅଞ୍ଚଳରୁ ଅପହରଣ କରାଯାଇଥିଲା। ଯାହାପରେ ତାଙ୍କ ପରିବାର ଲୋକ ସ୍ଥାନୀୟ ପୋଲିସ ଷ୍ଟେସନରେ ତାଙ୍କର ନିଖୋଜ ନେଇ ଅଭିଯୋଗ କରିଥିଲେ।

ଅଭିଯୋଗ ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋଳତାଡ ଜାରି କରିଥିଲା। ସମସ୍ତ ଦିଗ କୁ ଅନୁସନ୍ଧାନ କରି ବହୁ ପ୍ରୟାସ ପରେ କେନ୍ଦ୍ରାପଡା ସହରର ଏକ ବସ୍ତି ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ତେବେ ଅପହରଣରେ ସମ୍ପୃକ୍ତ ଥିବା ସମସ୍ତ ଅପରାଧୀଙ୍କୁ ହେପାଜତକୁ ନିଆଯାଇଥିବା ପୋଲିସ ଅଧିକାରୀ କହିଛନ୍ତି।

ବ୍ୟବସାୟିକ ବିବାଦ କିମ୍ବା ଆର୍ଥିକ ଉଦ୍ଦେଶ୍ୟ ଯୋଗୁଁ ଏହି ଅପହରଣ କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି।କିନ୍ତୁ ବର୍ତମାନ ସୁଦ୍ଧା ଏହାକୁ ନେଇ କୌଣସି ଉପଯୁକ୍ତ ପ୍ରମାଣ ମିଳିପାରି ନାହିଁ। ତେବେ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ସହ ଅପହରଣରେ ଆଉ କେଉଁ କେଉଁ ମାନେ ସାମିଲ ଅଛନ୍ତି ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ତେବେ ଏହା ପୂର୍ବରୁ ମଧ୍ୟ କିଛି ବର୍ଷ ତଳେ ସମାନ ଭାବରେ ସୌମ୍ୟରଞ୍ଜନଙ୍କୁ କେନ୍ଦ୍ରାପଡାରେ ଅପହରଣ କରାଯାଇଥିବା ନେଇ ଭୁବନେଶ୍ୱର-କଟକର ପୋଲିସ କମିଶନର ଏସ ଦେବ ଦତ୍ତ ସିଂହ କହିଛନ୍ତି। ସୌମ୍ୟରଞ୍ଜନ ଟ୍ରେଡିଂ ବ୍ୟବସାୟରେ ଥିବାରୁ କେହି ହୁଏତ ଅର୍ଥ ଲୋଭରେ ତାଙ୍କୁ ଅପହରଣ କରିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

 

Comments are closed.