Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଇଂଲଣ୍ଡ ଟିମ ସହିତ ଯୋଡି ହେଲେ ପୋଲାର୍ଡ

ଲଣ୍ଡନ: ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡ ଟିମ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ରବିବାର ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କିରନ ପୋଲାର୍ଡଙ୍କୁ ଇଂଲଣ୍ଡର ଆସିଷ୍ଟାଂଟ କୋଚ ଭାବେ ନିଯୁକ୍ତ କରାଯାଇଛି । ୱେଷ୍ଟଇଣ୍ଡିଜରେ ଏହି ବିଶ୍ୱକପ ଖେଳାଯିବାକୁ ଥିବାରୁ ୩୬ ବର୍ଷୀୟ ପୋଲାର୍ଡଙ୍କ ଉପସ୍ଥିତି ଦଳକୁ ଫାଇଦାରେ ରଖିବ ବୋଲି ଆଶା ବ୍ୟକ୍ତ କରାଯାଇଛି । ୨୦୧୨ ଟି୨୦ ବିଶ୍ୱକପ ଜିତିଥିବା ୱେଷ୍ଟଇଣ୍ଡିଜ ଟିମର ପୋଲାର୍ଡ ସଦସ୍ୟ ଥିଲେ । ୬୦୦ରୁ ଊର୍ଦ୍ଧ୍ୱ ଟି୨୦ ମ୍ୟାଚ ଖେଳିବା ଅନୁଭୂତି ତାଙ୍କ ନିକଟରେ ରହିଛି । ଟି୨୦ ବିଶ୍ୱକପ ୨୦୨୪ ଜୁନ ୪ରୁ ୩୦ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ।

୫ଟି ଲେଖାଁଏ ଟିମକୁ ୪ଟି ଗ୍ରୁପରେ ଭାଗ କରାଯିବ । ପ୍ରତ୍ୟେକ ଗ୍ରୁପରୁ ୨ଟି ଟିମ ସୁପର ୮କୁ ଉନ୍ନୀତ ହେବେ । ଏଥିରେ ୨ଟି ଲେଖାଁଏ ଟିମ ସେମିଫାଇନାଲକୁ ଉନ୍ନୀତ ହେବେ । ୨୭ ଦିନରେ ଓଭରାଲ ୫୫ ମ୍ୟାଚ ଖେଳାଯିବ । ୨୦୨୧ ଓ ୨୦୨୨ରେ ଖେଳା ଯାଇଥିବା ଟି୨୦ ବିଶ୍ୱକପରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଏଥର ୨୦ଟି ଟିମକୁ ନେଇ ବିଶ୍ୱକପ ହେବ । ୨୦୦୭ରେ ଭାରତ ଚାମ୍ପିୟନ ହୋଇଥିବା ବେଳେ ୨୦୨୨ରେ ଇଂଲଣ୍ଡ ଟାଇଟଲ ହାସଲ କରିଥିଲା ।

Leave A Reply

Your email address will not be published.