Latest Odisha News

କିଟ୍‌ର ଜୟନ୍ତୀ ରୋହନ ଜିତିଲେ ଟାଟା କ୍ରୁସିବଲ୍‌ କୁଇଜ୍

ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌) ଭୁବନେଶ୍ୱରର ଜୟନ୍ତୀ ରୋହନ ଭାରତର ସମ୍ମାନଜନକ ଟାଟା କ୍ରୁସିବଲ୍‌ କ୍ୟାମ୍ପସ୍‌ କୁଇଜ୍ ୨୦୨୩ର କ୍ଲଷ୍ଟର ୨୧ ଫାଇନାଲ୍‌ ବିଜେତା ହୋଇଛନ୍ତି ।  ଝାଡ଼ଖଣ୍ଡ ଅଂଚଳକୁ ପ୍ରତିନିଧିତ୍ୱ କରୁଥିବା କ୍ଲଷ୍ଟର ୨୧ ଫାଇନାଲ୍‌ରେ ସମସ୍ତ ଅଂଶଗ୍ରହଣକାରୀଙ୍କ ତରଫରୁ ଜବରଦସ୍ତ ମୁକାବିଲା ଦେଖିବାକୁ ମିଳିଥିଲା । ବିଜେତା ୩୫,୦୦୦ ଟଙ୍କାର ପୁରସ୍କାର ଜିତିଥିବା ବେଳେ ଜୋନାଲ୍ ଫାଇନାଲ୍‌ରେ ମଧ୍ୟ ସ୍ଥାନ ପାଇଛନ୍ତି । କିଟ୍‌ର ଶୈବାଳିକ ଧାରା ଉପ ବିଜେତା ହେବା ସହ ୧୮ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି । ଚଳିତବର୍ଷ ଏହି କ୍ୟାମ୍ପସ କୁଇଜ୍‌ ପାଇଁ ସାରା ଦେଶକୁ ୨୪ଟି କ୍ଲଷ୍ଟରରେ ଭାଗ କରାଯାଇଛି ।  ଶ୍ରେଷ୍ଠ ୧୨ ଫାଇନାଲିଷ୍ଟ୍‌ଙ୍କୁୁ ୱାଇଲ୍‌ଡକାର୍ଡ ଫାଇନାଲ୍ ପାଇଁ ଚୟନ କରାଯାଇଥିଲା, ଯେଉଁଥିରୁ ୬ ଜଣ ଫାଇନାଲିଷ୍ଟ୍ ୨୪ ଅନଲାଇନ୍‌ କ୍ଲଷ୍ଟର ଫାଇନାଲ୍‌ରେ ମୁକାବିଲା କରିବେ । ସେହି ୨୪ କ୍ଳଷ୍ଟରକୁ ଚାରିଟି ଜୋନ୍‌-ପୂର୍ବ, ପଶ୍ଚିମ, ଉତର ଓ ଦକ୍ଷିଣରେ ଭାଗକରାଯାଇଛି ଏବଂ ପ୍ରତିଜୋନ୍‌ରେ ୬ କ୍ଲଷ୍ଟର ରହିଛି । ଜୋନାଲ୍ ଫାଇନାଲ୍ ଅନଲାଇନ୍‌ରେ ଆୟୋଜନ କରାଯାଉଛି । ଜାତୀୟ ଫାଇନାଲ୍‌ କିନ୍ତୁ ପ୍ରତ୍ୟକ୍ଷଭାବେ ଆୟୋଜନ କରାଯିବ ।

କ୍ଲଷ୍ଟର ପର୍ଯ୍ୟାୟର ବିଜେତା ଓ ଉପବିଜେତାଙ୍କୁ ଯଥାକ୍ରମେ ୩୫,୦୦୦ ଟଙ୍କା ଓ ୧୮,୦୦୦ ଟଙ୍କାର ପୁରସ୍କାର ଦିଆଯାଇଛି । ଜୋନାଲ୍ ପର୍ଯ୍ୟାୟର ଶ୍ରେଷ୍ଠ ଦୁଇ ସ୍କୋର ହାସଲ କରିଥିବା ପ୍ରାର୍ଥୀଜାତୀୟ ଫାଇନାଲ୍‌ରେ ପ୍ରବେଶ କରିବେ । ଜାତୀୟ ଫାଇନାଲ୍‌ରେ ୮ ଜଣ ଫାଇନାଲିଷ୍ଟ ଜାତୀୟ ଟାଇଟଲ୍‌ ଚମ୍ପିଆନ୍‌ସିପ୍ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଜାତୀୟ ଚମ୍ପିଆନ୍‌ସିପର ବିଜେତାଙ୍କୁ ୨.୫ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଓ ଟାଟା କ୍ରୁସିବଲ୍‌ଟ୍ରଫି ପ୍ରଦାନ କରାଯିବ । ଏଥିସହିତ ଚଳିତବର୍ଷର ଜାତୀୟ ବିଜେତା ଓ ଦୁଇଶ୍ରେଷ୍ଠ ସ୍କୋର ହାସଲକାରୀଙ୍କୁ ଟାଟାଗ୍ରୁପ୍‌ରେ ଇଟଂର୍ନସିପ୍‌କରିବା ସୁଯୋଗ ମିଳିବ । “ପିକ୍‌-ବ୍ରେନ୍‌” ନାମରେ ପରିଚିତ ବିଶିଷ୍ଟ କୁଇଜ୍‌ମାଷ୍ଟର ଗିରିବାଲ ସୁବ୍ରମଣ୍ୟମ ଚଳିତ ସଂସ୍କରଣରେ କୁଇଜ୍‌ମାଷ୍ଟର ଭୂମିକାରେ ଅବତୀର୍ଣ୍ଣ ହେବେ ଏବଂ ତାଙ୍କୁ ରଶ୍ମୀ ଫୁର୍ତାଡୋ ସହଯୋଗ କରିବେ ।

Comments are closed.